ଏହି ଧାମରେ କାହିଁକି ହୁଏନି ଶଙ୍ଖନାଦ?

28

ନୂଆଦିଲ୍ଲୀ : ଭାରତରେ ଅନେକ ମନ୍ଦିର ରହିଛି । ବର୍ଷସାରା ଏଠାକୁ ଶହ ଶହ ପର୍ଯ୍ୟଟକଙ୍କର ସୁଅ ଛୁଟେ  । ଆସନ୍ତୁ ଆଜି ଜାଣିବା ବଦ୍ରିନାଥ ମନ୍ଦିର ସମ୍ପର୍କରେ କିଛି ଅଜଣା ତଥ୍ୟ । ଦେଶରେ ୪ ଧାମ ରହିଛି  । ଯାହା ମଧ୍ୟରେ ରହିଛି ବଦ୍ରିନାଥ ଧାମ  । ଦୁନିଆରେ ଅନେକ ହିନ୍ଦୁ ମନ୍ଦିର ରହିଛି  । ଯେଉଁଠାରେ ଠାକୁରଙ୍କ ପାଖରେ ଶଙ୍ଖ ଫୁଙ୍କାଯାଏ  । ମାତ୍ର ବଦ୍ରିନାଥ ହେଉଛି ଏକାମାତ୍ର ମନ୍ଦିର , ଯେଉଁଠି ବିୁଷ୍ଣୁ ଭଗବାନଙ୍କ ପାଖରେ ଶଙ୍ଖ ବଜାଯାଏ ନାହିଁ ।

ଏହାପଛରେ ରହିଛି ଅନେକ ପୌରାଣିକ କାହାଣୀ  । ବିଶ୍ୱାସ କରାଯାଏ ଯେ  ରୁଦ୍ରପ୍ରୟାଗର ସିଲ୍ଲା ଗାଁରେ ଭୂତ ପ୍ରେତମାନେ ବସବାସ କରନ୍ତି  ।  ହିମାଳୟ ଅଞ୍ଚଳରେ ଭୂତ ମାନଙ୍କ ପ୍ରାର୍ଦୁଭାବ ଏତେ ଯେ , ସାଧୁ ସନ୍ଥ ମାନେ ବି ଏଠାକୁ ଆସି ପୂଜାପାଠ କରିପାରୁନଥିଲେ । ଭୂତ ମାନଙ୍କ କବଳରୁ ରକ୍ଷା ପାଇବା ପାଇଁ ଦିନେ ସମସ୍ତ ଦେବତାଗଣ  ମାଆ ଭଗବତୀଙ୍କୁ ଧ୍ୟାନ କରିଥିଲେ ।  ଦେବୀ କୁଶମଣ୍ଡା ସେଠାରେ ଉପସ୍ଥିତ ଥିବା ଭୂତମାନଙ୍କୁ ଖଣ୍ଡା ସାହାଯ୍ୟରେ ବଧ୍ୟ କରିଥିଲେ ।

କୁହାଯାଏ ଯେ ଦେବୀଙ୍କଠାରୁ ରକ୍ଷା ପାଇବା ପାଇଁ ଆତାପୀ ଏବଂ ବାତାପି ନାମକ ଦୁଇ ଭୂତ ସେଠାରୁ ପଳାଇ ଯାଇଥିଲେ । ତା’ପରେ ଆତାପୀ ଭୂତ ମନ୍ଦାକିନୀ ନଦୀରେ ଲୁଚି ରହିଲା  । ଏବଂ ବାତାପୀ ଭୂତ ଏଠାରୁ ପଳାଇ ବଦ୍ରିନାଥ ଧାମରେ ଥିବା ଶଙ୍ଖରେ ଲୁଚି ରହିଥିଲେ । ବିଶ୍ୱାସ କରାଯାଏ ଯେ ସେହି ଦିନଠାରୁ ବଦ୍ରିନାଥ ଧାମରେ ଶଙ୍ଖ ବାଜାଇବାକୁ ନିଷେଧ କରାଯାଇଛି ।

Comments are closed, but trackbacks and pingbacks are open.