ଆମ ଓଡିଶା ନବୀନ ଓଡିଶା; ଲୋପାମୁଦ୍ରା କ’ଣ ଓଡ଼ିଶାର ନୁହେଁ : ଟଙ୍କଧର

81

 ଭୁବନେଶ୍ୱର: ଭୁବନେଶ୍ୱର ପାୱାର ହାଉସ ଛକରେ ଗତ ୩୧ ତାରିଖ ରେଞ୍ଜ ରୋଭର ଧକ୍କାରେ ଯୁବତୀଙ୍କ ମୃତ୍ୟୁ ଘଟିବା ପରେ ଘନଉଛି ବିବାଦ । ଏହି ବେପରୁଆ ଗାଡି ଚାଳନା ଯୋଗୁ ଲୋପାମୁଦ୍ରା ସାହୁଙ୍କର ଶୁକ୍ରବାର ମୃତ୍ୟୁ ଘଟିଥିବାବେଳେ ଆହତ ଅବସରପ୍ରାପ୍ତ ସିଆଇଏସଏଫ୍ ଯବାନ କାହ୍ନୁଚରଣ ନାୟକ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।

ଅନ୍ୟପକ୍ଷେ ଏହି ଘଟଣାରେ ପୋଲିସର ଭୂମିକାକୁ ନେଇ ସନ୍ଦେହ ପ୍ରକାଶ ପାଉଛି । ଗାଡି ନମ୍ବର ବଦଳାଇ ପ୍ରେସ ରିଲିଜ ପ୍ରକାଶ କରିଥିବାରୁ ବଡବଡିଆ ଅଭିଯୁକ୍ତଙ୍କୁ ଖସାଇବା ପାଇଁ ପୋଲିସ ସୁଯୋଗ ଦେଉଥିବା ଅଭିଯୋଗ ହୋଇଛି । ଏହି ଘଟଣା ଏବେ ରାଜନୈତିକ ମୋଡ ନେଇଛି ।  ବିଜେପି ମୁଖପାତ୍ର ଟଙ୍କଧର ତ୍ରିପାଠୀ ଏକ ପ୍ରେସ ମିଟ କରି ଏହି ଘଟଣାର ତୀବ୍ର ନିନ୍ଦା କରିବା ସହ ପୋଲିସର ଭୂମିକାକୁ ନେଇ ସନ୍ଦେହ ପ୍ରକାଶ କରିବା ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି ।

ପୋଲିସ ଗାଡି ନମ୍ବର ବଦଳାଇ ପ୍ରେସ ରିଲିଜ ଜାରି କରିଥିଲା । ଯଦି ସାମ୍ବାଦିକମାନେ ଏହି ସତ୍ୟକୁ ସାମ୍ନାକୁ ଆଣି ନ ଥାନ୍ତେ ତେବେ ପୋଲିସ ଭୁଲ ଗାଡି ନମ୍ବରରେ ମାମଲା ରୁଜୁ କରିଥାନ୍ତା ଏବଂ ପ୍ରକୃତ ଦୋଷୀ ଖସି ଯାଇଥାନ୍ତା ବୋଲି କହିଛନ୍ତି ଟଙ୍କଥର ।

ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ସାରା ଓଡ଼ିଶାକୁ ନିଜର ପରିବାର ବୋଲି କହୁଥିବାବେଳେ  ମୃତା ଯୁବତୀ କ’ଣ ଓଡ଼ିଶାର ନୁହେଁ କି ? ଏହି ହିଟ ଆଣ୍ଡ ରନ ମାମଲାରେ କାହିଁକି ସରକାରୀ ଦଳ ଚୁପ ରହିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଟଙ୍କଧର । ଏପରିକି ମୃତ ଯୁବତୀଙ୍କ ପରିବାରକୁ ଟିକେ ସହାନଭୂତି ମଧ୍ୟ ଦେଖାଇ ନାହାନ୍ତି ସରକାର ।

ପୋଲିସ ମଧ୍ୟ ଏ କ୍ଷେତ୍ରରେ ଚୁପ ରହିଛି । ଏ ଯାଏ ଆଇପିସି ୩୦୨ରେ ମାମଲା ରୁଜୁ କାହିଁକି ହୋଇନି ବୋଲି ସେ ପ୍ରଶ୍ନ କରିବା ସହ ସେ ରାଜ୍ୟ ଗୃହମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ଅକାଳରେ ମୃତ୍ୟୁ ବରଣ କରିଥିବା ଝିଅର ପରିବାରକୁ ନ୍ୟାୟ ଦେବାକୁ ସେ ରାଜ୍ୟ ସରକାରଙ୍କ ପାଖରେ ଦାବି କରିଛନ୍ତି ।

Comments are closed, but trackbacks and pingbacks are open.