ସାମ୍ବାଦିକାଙ୍କୁ ମାରିଲେ ଚାପୁଡ଼ା ପରେ ମାଗିଲେ କ୍ଷମା

31

ଭୁବନେଶ୍ୱର: ମନୋଜ ମିଶ୍ରଙ୍କ ଫିଲ୍ମକୁ ବ୍ୟାନ କରିବାକୁ ନେଇ ଚର୍ଚ୍ଚାରେ ଥିବା ଟୁଟୁ ନାୟକଙ୍କ ନାମରେ ସାଂଘାତିକ ଅଭିଯୋଗ । ଜଣେ ମହିଳା ସାମ୍ବାଦିକାଙ୍କୁ ଦୁର୍ବବ୍ୟହାର ଦେଖାଇବା ସହ ମାଡି ମାରିଥିବା ଅଭିଯୋଗ ଆସିଛି । ରାଜଧାନୀ ଭୁବନେଶ୍ୱରରେ ଏହି ଘଟଣା ଘଟିଛି । ଏ ନେଇ ସଂପୃ୍କ୍ତ ସାମ୍ବାଦିକ ଖାରବେଳ ନଗର ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷେ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଟୁଟୁ ନାୟକ ।

ଇଟିଭି ଭାରତର ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କ ଅଭିଯୋଗ ଅନୁଯାୟୀ, ଆଜି ଓଡ଼ିଆ ଫିଲ୍ମ ପ୍ରଥାର ପୋଷ୍ଟର ଶ୍ରୀୟା-ସ୍ୱାତୀ ହଲରେ ମଧ୍ୟାହ୍ନ  ୧୨ଟା ୫୦ରେ ରିଲିଜ ହୋଇଥିଲା । ଏଥିପାଇଁ ଅଭିନେତା, ଅଭିନେତ୍ରୀଙ୍କ ସହ ଗଣମାଧ୍ୟମ ପ୍ରତିନିଧିଙ୍କୁ ବି ଡକା ଯାଇିଲା । ସେଠାରେ ଟୁଟୁ ନାୟକ ଦେବସ୍ମିତାଙ୍କ ଗାଲକୁ ଚାପୁଡା ମାରିବା ସହ ତାଙ୍କୁ ଠେଲି ଦେଇଥିଲେ । ଫଳରେ ତାଙ୍କ ହାତକୁ ବୁମ ଖସି ପଡିଥିଲା ।

ଏ ନେଇ ଦେବସ୍ମିତା ଖାରବେଳ ନଗର ଥାନାରେ ଅଭିଯୋଗ କରିବା ପରେ କମିଶନରେଟ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଫିଲ୍ମ ହଲର ସିସିଟିଭ ଫୁଟେଜ ଦେଖି ଯାଞ୍ଚ କରୁଛି ।

ଅନ୍ୟପକ୍ଷେ ଟୁଟୁ ନାୟକ ଅଭିଯୋଗକୁ ଖଣ୍ଡନ କରବା ସହ କହିଛନ୍ତି, ଶୋରୁ ବାହାରିବେଳେ ଭିଡ ହୋଇଥିଲା । ସଂପୃକ୍ତ ସାମ୍ବାଦିକା ଗେଟ ମଝିରେ ଛିଡା ହୋଇଥିବାରୁ ତାଙ୍କୁ ସାଇଡ ହୋଇଯାଅ କହି ଟିକେ ମାରି ଦେଇଥିଲି । ତେବେ ତାଙ୍କ ମୋବାଇଲ ତଳେ ପଡି ଯାଇଥିଲା  । ଅନ୍ୟମାନେ ଏହାକୁ ଉଠାଇ ତାଙ୍କୁ ଦେଉଥିବା ଦେଖି ମୁଁ ପଳାଇ ଆସିଥିଲି । ତେବେ ସେଭଳି କିଛି ଉଦ୍ଦେଶ୍ୟ ମୋର ନ ଥିଲା ବୋଲି ସେ କହିଛନ୍ତି । ଏଥିପାଇଁ ଟୁଟୁ ନାୟକ କ୍ଷମା ମଧ୍ୟ ମାଗିଛନ୍ତି । ଯଦି ତାଙ୍କ ବ୍ୟବହାର ସାମ୍ବାଦିକାଙ୍କୁ ଦୁଃଖ ଦେଇଛି ତେବେ ଆଇ ଆମ ସରି ବୋଲି କହିଛନ୍ତି ଟୁଟୁ ନାୟକ ।

Comments are closed, but trackbacks and pingbacks are open.