ନାରାୟଣ ରାଣେ ରାତି ଅଧିଆ ପାଇଲେ ଜାମିନ

0 100

ମହାରାଷ୍ଟ୍ର ମୁଖ୍ୟ ମନ୍ତ୍ରୀ ଉଦ୍ଧବ ଥାକରେ ଙ୍କ ବିରୋଧ ରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ରେ ଦିନବେଳା ଗିରଫ ହୋଇଥିବା ,କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ଙ୍କୁ ରାତି ଅଧ ରେ ଜାମିନ ମିଳି ପାରିଛି Iରତ୍ନଗିରି ପୁଲିସ୍‌ ତାଙ୍କୁ ଗିରଫ କରିବା ପରେ ରାଇଗଡ଼ ପୁଲିସ ହେପାଜତରେ ଛାଡ଼ିଥିଲା। ରାଇଗଡ଼ ପୁଲିସ୍‌ ତାଙ୍କୁ ସନ୍ଧ୍ୟାରେ ମାହାଦ ଏମଆଇଡିସି ଥାନକୁ ଆଣିଥିଲା। ଏଠାରେ ଡାକ୍ତରଙ୍କ ଦ୍ୱାରା ଚେକଅପ୍ ଶେଷ ହେବା ପରେ ଶ୍ରୀ ରାଣେଙ୍କୁ ରାତି ପ୍ରାୟ ୧୦ଟା ବେଳେ ମାହାଦରେ ଥିବା ବାବାସାହେବ ଶୈଖ ପାଟିଲର ମାଜିଷ୍ଟ୍ରେଟ କୋର୍ଟଙ୍କ ଆଗରେ ହାଜର କରାଯାଇଥିଲା। ପ୍ରଥମେ ତାଙ୍କୁ ଭିଡିଓ କନଫରେନ୍ସିଂରେ ହାଜର କରାଇବାକୁ ଯୋଜନା ହୋଇଥିଲା। କିନ୍ତୁ ଶେଷରେ ରାଣେଙ୍କୁ ବ୍ୟକ୍ତିଗତ ଭାବେ ହାଜର କରାଯାଇଥିଲା।

ରାଣେଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଉଜ୍ଜଲ ନିକମ ଓ ଭାହୁ ସାଲୁଙ୍କେ ଯୁକ୍ତି ଉପସ୍ଥାପନ କରିଥିଲେ। ଶୁଣାଣି ବେଳେ ପୁଲିସ୍ ତାଙ୍କ ଜାମିନ ଆବେଦନକୁ ବିରୋଧ କରିଥିଲା। ଏପରି କି ୭ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ତେବେ କୋର୍ଟ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଶ୍ରୀ ରାଣେଙ୍କୁ ଜାମିନ ପ୍ରଦାନ କରିଛନ୍ତି।

ସୂଚନା ଅନୁସାରେ ଗତ କାଲି ରତ୍ନଗିରିର ସଙ୍ଗମେଶ୍ୱର ଠାରେ ବିଜେପିର ଜନ ଆଶୀର୍ବାଦ ଯାତ୍ରାକୁ ତାଙ୍କର ଦୁଇ ବିଧାୟକ ପୁଅ ଙ୍କ ସହିତ ଯାଉଥିଲେ। ଏହି ସମୟରେ ଗୋଟିଏ ପୁଲିସ୍‌ ଟିମ୍‌ ତାଙ୍କ ପାଖରେ ପହଞ୍ଚି କଥାବାର୍ତ୍ତା କରିଥିଲା। ଏହାପରେ ତାଙ୍କୁ ସ୍ଥାନୀୟ ଥାନାକୁ ଅଣାଯାଇଥିଲେ। ସେଠାରେ ବିଧିବଦ୍ଧ ଭାବେ ଗିରଫ କରାଯାଇଥିବା ଘୋଷଣା କରାଯାଇଥିଲା। ନାରାୟଣ ରାଣେ ଜନ ଆଶୀର୍ବାଦ ଯାତ୍ରା ସମୟରେ ଖାଇବାକୁ ବସିଥିଲେ। ଅଧା ଖାଇବାରୁ ପୁଲିସ୍ ତାଙ୍କୁ ଉଠାଇ ଆଣିଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା।

Leave A Reply

Your email address will not be published.