ଶାହରୁଖଙ୍କ କ୍ରେଜ୍; ବୟସ ଜାଣି ଆଶ୍ଚର୍ଯ୍ୟ ହେଲେ ଫ୍ୟାନ୍ସ

1,212

ମୁମ୍ବାଇ : ଆଜି ବଲିଉଡର କିଙ୍ଗଖାନ୍ ଶାହରୁଖ ଖାନଙ୍କ ଜନ୍ମଦିନ । ୫୮ ବର୍ଷ ବୟସରେ ପାଦ ଥାପିଛନ୍ତି  ବାଦଶାହ । ୧୯୬୫ ମସିହା ଆଜିର ଦିନରେ ଦିଲ୍ଲୀର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ଶାହରୁଖ୍ । ଜୀବନରେ ଅନେକ ସଂଘର୍ଷର ପାହାଡ ଅତିକ୍ରମ କରି ସେ ଆଜି ସଫଳତାର ଶୀର୍ଘରେ ପହଞ୍ଚିଛନ୍ତି  । ବୟସ ବଢିଛି ସତ ହେଲେ ଏବେବି କମିନି ଶାହରୁଖଙ୍କ କ୍ରେଜ୍  । କେବଳ ଦେଶ ନୁହେଁ , ବିଦେଶରେ ବି ତାଙ୍କର ଅନେକ ଫ୍ୟାନ୍ସ । ଏବେବି ଯୁବପୀଢିଙ୍କ ପାଇଁ ସେ ରୋମାନ୍ସ କିଙ୍ଗ୍ । ନିଆରା ତାଙ୍କ ଅନ୍ଦାଜ୍ , ନିଆରା ତାଙ୍କ ଷ୍ଟାଇଲ୍ , ନିଆରା ତାଙ୍କ ଆକ୍ସନ୍ । ଶାହରୁଖ କେବଳ ଜଣେ ପପୁଲାର୍ ଷ୍ଟାର୍ ନୁହଁନ୍ତି , ସେ ଜଣେ ଭଲ ବ୍ୟକ୍ତିତ୍ବ ମଧ୍ୟ । ଶାହରୁଖଙ୍କ ଉତ୍ତମ ବ୍ୟବହାର ବୋଧହୁଏ ସମସ୍ତଙ୍କ ହୃଦୟ ଜିତିଛି  । ଅନେକ ସମୟରେ ଅନେକଙ୍କ ମୁହଁରୁ ଶାହରୁଖଙ୍କ ପ୍ରଶଂସା ଶୁଣିବାକୁ ମିଳେ ।

ଜନ୍ମଦିନ ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶାହାରୁଖ ଘର ମନ୍ନତ ଆଗରେ ଲାଗିଛି ଫ୍ୟାନ୍ସଙ୍କ ଭିଡ଼। ଜନ୍ମଦିନରେ ତାଙ୍କର ଗୋଟିଏ ଝଲକ ପାଇଁ ଫ୍ୟାନ୍ସମାନେ  ପାଗଳ ହୋଇପଡିଛନ୍ତି  । କିଏ ବାଣ ଫୁଟାଉଥିଲେ ତ କିଏ କହୁଥିଲେ ହାପି ବାର୍ଥ ଡେ ଶାହାରୁଖ୍  । ଫ୍ୟାନ୍ସ ମାନଙ୍କ ଏଭଳି ଭଲ ପାଇବା ଦେଖି ଶାହାରୁଖ ମଧ୍ୟ ନିଜକୁ ଅଟକାଇପାରିନଥିଲେ  । ବିଳମ୍ବିତ ରାତିରେ ଛାତ ଉପରକୁ ଆସି ହାତ ହଲାଇ ଫ୍ୟାନ୍ସଙ୍କୁ କୃତଜ୍ଞତା ଜଣାଇଥିଲେ । କେବଳ ଏତିକି ନୁହେଁ ଶାହାରୁଖ ଖାନ ମଧ୍ୟ ବିଳମ୍ବିତ ରାତିରେ ଟ୍ୱିଟ କରି ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଶାହରୁଖ୍ କହିଛନ୍ତି ବିଶ୍ବାସ ହେଉନି ଏତେ ସଂଖ୍ୟକ ପ୍ରଶଂସକ ଆଜି ବିଳମ୍ବିତ ରାତିରେ ଆସି ମୋତା ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି  । ମୁଁ ସାମନ୍ୟ ଜଣେ ଅଭିନେତା  । ମୁଁ ଆପଣଙ୍କୁ କେବଳ ମନୋରଞ୍ଜନର ଖୁରାକ୍ ଯୋଗାଉଛି  । ଆ ଠାରୁ ଅଧିକ କିଛି ଖୁସି ଦେଉନାହିଁ । ଟେଲିଭିଜନ ପରେ ସେ ସିନେମା ଜଗତରେ ପାଦଦେଇଥିଲେ ବାଦଶାହା । ଚଳଚ୍ଚିତ୍ର ‘ଦିୱାନା’ ଜରିଆରେ ପ୍ରଥମେ ସେ ନିଜ ଅଭିନୟରେ ଦର୍ଶକଙ୍କୁ ମତୁଆଲା କରିଥିଲେ ।

ଡର୍, ଅଞ୍ଜାମ ଓ ବାଜିଗର, ରାଜୁ ବନ୍ ଗୟା ଜେଣ୍ଟଲ୍ ମ୍ୟାନ୍, କୁଛ୍ କୁଛ୍ ହୋତା ହୈ, ଦେବଦାସ, ଦିଲୱାଲେ ଦୁଲହନିୟା ଲେ ଜାୟେଙ୍ଗେ୍, ଚକ୍ ଦେ ଇଣ୍ତିଆ ଭଳି ସିନେମାରେ ସେ ଉତ୍ତମ ଅଭିନୟ କରି ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଚି କରିଥିଲେ । ଶାହାରୁଖଙ୍କ ଚଳଚିତ୍ର ଜୀବନ ଥିଲା ଅତ୍ୟନ୍ତ ସଂଘର୍ଷମୟ । ବହୁ ବାଧାବିଘ୍ନ ସତ୍ତ୍ବେ ବି ଶାହାରୁଖ କେବେ ଥକି ପଡିନାହାନ୍ତି  । ବୟସ କେବେ ତାଙ୍କ ପାଇଁ ବାଧା ସାଜିନି  । ଆଜି ବି ଦେଇଚାଲିଛନ୍ତି ସୁପର ଡୁପର ଫିଲ୍ମ ଉପହାର୍  । ଆଜି ବି ଦର୍ଶକଙ୍କ ପାଇଁ ସେ ହେଉଛନ୍ତି ରୋମାନ୍ସ କିଙ୍ଗ୍  ।

Comments are closed, but trackbacks and pingbacks are open.