ଇଡିରେ ହେବେନି ହାଜର; କରିବେ ରୋଡ ସୋ

102

ନୂଆଦିଲ୍ଲୀ:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେନି । ମିଳିଥିବା ସୂଚନା ଅନୁସାରେ କେଜ୍ରିୱାଲ ଆଜି କିଛି ସମୟ ମଧ୍ୟରେ ମଧ୍ୟପ୍ରଦେଶ ସିଙ୍ଗରୋଲୀ ଗସ୍ତରେ ବାହାରିବେ । ସେଠାରେ ଏକ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ଭାଗ ନେବେ । ରୋଡ ସୋ କରିବେ ।  ସିଙ୍ଗରୋଲିରେ ତାଙ୍କ ସହ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ବି ଉପସ୍ଥିତ ରହିବେ ।

ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ହାଜର ହେବା ପାଇଁ ଇଡି ପକ୍ଷରୁ ନୋଟିସ କରାଯାଇଥିଲା  । ହେଲେ ମୁଖ୍ୟମନ୍ତ୍ରୀ ଇଡିଙ୍କୁ ଏକ ଉତ୍ତର ଲେଖିଛନ୍ତି । ଏହି ଉତ୍ତରରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ତାଙ୍କ ବିରୋଧରେ ବିଜେପିର ନିର୍ଦ୍ଦେଶ ଅନୁସାରେ ନୋଟିସ ପଠାଯାଇଛି । ଏଥି ସହିତ   ଇଡି ଏହି ମାମଲା ତୁରନ୍ତ ପ୍ରତ୍ୟାହାର କରିନେବାକୁ ମଧ୍ୟ କହିଛନ୍ତି ।ଇଡି ସମନ ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି, ମୁଁ ନିର୍ବାଚନ ପ୍ରଚାର କରିବାକୁ ନ ଯାଏ ସେଥିପାଇଁ ଏପରି ନୋଟିସ ପଠାଯାଇଛି । ଏହି ନୋଟିସ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ।

ଆଜି ଦିଲ୍ଲୀର ଆଉ ଜଣେ ଆପ ମନ୍ତ୍ରୀ ରାଜକୁମାର ଆନନ୍ଦଙ୍କ ଘରେ ମଧ୍ୟ ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜି ସକାଳୁ ଆପ୍ ମନ୍ତ୍ରୀ ରାଜକୁମାର ଆନନ୍ଦଙ୍କ ଘରେ ଇଡି ରେଡ୍ କରିଛି । ଆନନ୍ଦଙ୍କ ଘର ସମେତ ମୋଟ୍ ୯ଟି ସ୍ଥାନରେ ଚଢାଉ ହୋଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଇଡିରେ ହାଜର ହେବା ପୂର୍ବରୁ ରେଡ୍ କରାଯାଇଛି । କୁହାଯାଉଛି ଯେ ମନି ଲଣ୍ଡରିଂ ମାମଲାର ତଦନ୍ତରେ ରାଜକୁମାର ଆନନ୍ଦଙ୍କ ସିଭିଲ ଲାଇନ୍‌ରେ ଥିବା ଘରେ ଇଡି ଖାଳତାଡ କରୁଛି  ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆଜି ଇଡିରେ ହାଜର ହେବା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି  ନୋଟିସ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ।  ପୂର୍ବରୁ ମଧ୍ୟ ସମାନ ମାମଲାରେ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଜେରା କରିଥିଲା । ଗତ ଏପ୍ରିଲ ୧୬ ତାରିଖରେ ସାଢେ ୯ ଘଣ୍ଟା ଧରି ତଦନ୍ତକାରୀ ଟିମ ତାଙ୍କୁ ପଚରାଉଚରା କରିଥିଲା । ଏହି ମାମଲାରେ ସିବିଆଇ ମଧ୍ୟ ତଦନ୍ତ କରୁଛି ।

ଏହି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ସାଂସଦ ସଂଜୟ ସିଂଙ୍କୁ ଇଡି ଗିରଫ କରିସାରିଛି ।

Comments are closed, but trackbacks and pingbacks are open.