ଲାଗିଲା ଝଟକା; ବଢ଼ିଲା ବ୍ୟବସାୟୀକ ଗ୍ୟାସ୍ ଦର

2,115

ନୂଆଦିଲ୍ଲୀ: ଦୀପାବଳୀ ପୂର୍ବରୁ ଗ୍ୟାସ୍‌ ଉପଭୋକ୍ତାଙ୍କୁ ଲାଗିଛି ଝଟକା। ବଢ଼ିଲା ବ୍ୟବସାୟୀକ ଗ୍ୟାସ୍ ଦର । ଆଜିଠାରୁ ତୈଳ କମ୍ପାନି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର ୧୦୧.୫୦ ପଇସା ବୃଦ୍ଧି କରିଛନ୍ତି । ପନିପରିବା ଦର ଆକାଶଛୁଆଁ ଥିବା ବେଳେ ଏବେ ଗ୍ୟାସ ରେଟ ସମସ୍ତଙ୍କୁ ଘାଇଲା କରିବ ।

ଦୀପାବଳୀ ପୂର୍ବରୁ ତୈଳ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି। ଆଜି ଠାରୁ ବ୍ୟବସାୟିକ ଭିତ୍ତିରେ ବ୍ୟବହାର ହେଉଥିବା ଗ୍ୟାସ ସିଲିଣ୍ଡରର ଦରରେ ବୃଦ୍ଧି କରିଛନ୍ତି। ୧୯ କିଲୋଗ୍ରାମ ବିଶିଷ୍ଟ ସିଲିଣ୍ଡର ପିଛା ୧୦୩ ଟଙ୍କା ବୃଦ୍ଧି ଘଟିଛି। ତେବେ ସବୁଠାରୁ ବଡ଼ ଆଶ୍ୱସ୍ତିକର ଖବର ହେଉଛି ଯେ ଘରୋଇ ଗ୍ୟାସ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଆଜିଠୁ ବର୍ଦ୍ଧିତ ଦଲ ଲାଗୁ ହେବା ପରେ ଜୀତୀୟ ରାଜଧାନୀ ଦିଲ୍ଲୀରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ୧୮୩୩ ଟଙ୍କା ରହିଛି । ଯାହା ପୂର୍ବରୁ ୧୭୩୧ ଟଙ୍କା ରହିଥିଲା ।

ମୁମ୍ବାଇରେ ପୂର୍ବରୁ ୧୬୮୪ ଟଙ୍କା ଥିବା ବେଳେ ଦର ବଢି ୧୭୮୫ ଟଙ୍କା ୫୦ ପଇସା ହୋଇଛି । ସେହିପରି କୋଲକାତାରେ କର୍ମସିଆଲ ଗ୍ୟାସ ଦର ପୂର୍ବରୁ ୧୮୩୯ ଥିବା ବେଳେ ଏବେ ତାହା ବଢି ୧୯୪୩ ଟଙ୍କା ହୋଇଛି । ଅନ୍ୟପଟେ ଚେନ୍ନାଇରେ କମର୍ସିଆଲ ଗ୍ୟାସ ଦର ୧୮୯୮ ରୁ ବଢି ୧୯୯୯ ଟଙ୍କା ୫୦ ପଇସା ହୋଇଛି ।

Comments are closed, but trackbacks and pingbacks are open.