ତାଲିବାନ ବିରୋଧରେ ଏକାଠି ହେବେ ବିଶ୍ୱର ୭ ଶକ୍ତିଶାଳୀ ରାଷ୍ଟ୍ର

28

ଆତଙ୍କ ର ଅନ୍ୟ ନାମ ହେଉଛି ତାଲିବାନ I ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନରେ କ୍ଷମତା କୁ ଦାଖଲ କରିଛି ତାଲିବାନ I ତାଲିବାନ ଏକ ବିଛିନ୍ନତାବାଦ ଆତଙ୍କ ବାଦୀ ଗୋଷ୍ଠୀ ହୋଇଥିବାରୁ ଏହାକୁ ଆନ୍ତର୍ଜାତୀୟ ସ୍ତରରେ ଅନୁମୋଦନ କରାଯିବ କି ନାହିଁ ସେନେଇ ନିଆଯିବ ବଡ ନିଷ୍ପତ୍ତି । ଆଜି ତାଲିବାନି ବିରୋଧରେ ଏକାଠି ହେବେ ବିଶ୍ୱର ୭ ଦେଶ ।ସେଥିପାଇଁ ଜରୁରୀ ବୈଠକ ଡକାଯାଇଛି । କୁହାଯାଉଛି ଯେ ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନ ଜି -7 ଦେଶର ନେତାଙ୍କ ସହ ଏକ ଭର୍ଚୁଆଲ ବୈଠକରେ ସାମିଲ ହେବେ ।
ଏହି ବୈଠକରେ ତାଲିବାନ ବିଷୟରେ ଆଲୋଚନା ହେବାର ଆଶା କରାଯାଉଛି । ତାଲିବାନ ଦୁନିଆରେ ବିଚ୍ଛିନ୍ନ ହେବ ନା ଏହା ମାନ୍ୟତା ପାଇବ ସେନେଇ ଏକ ଆଲୋଚନା ହୋଇପାରେ । ଅଗଷ୍ଟ ୩୧ପରେ ମଧ୍ୟ ଆଫଗାନିସ୍ତାନରେ ରହିବାକୁ ଆମେରିକାର ନାଟୋ ଦେଶଗୁଡିକର ସୈନ୍ୟ ବାହିନୀ ବିଷୟରେ ଆଲୋଚନା ହୋଇପାରେ । ଏଥି ସହିତ ତାଲିବାନ ଚେତାବନୀ ଦେଇଛି ଯେ ଯଦି ନିର୍ଦ୍ଦିଷ୍ଟ ସମୟସୀମା ପରେ ମଧ୍ୟ ଆମେରିକା ଏବଂ ବ୍ରିଟେନ ଆଫଗାନିସ୍ତାନରେ ନିଜର ସୈନ୍ୟ ନ ହଟାନ୍ତି । ତେବେ ଏହାର ପରିଣାମ ଭୟଙ୍କର ହୋଇପାରେ ।
ସୂଚନା ଥାଉକି, ଅଗଷ୍ଟ ୧୫ରେ ତାଲିବାନ ସମଗ୍ର ଆଫଗାନିସ୍ତାନକୁ ନିଜ ଅଧୀନକୁ ନେଇଥିଲା । ଯେଉଁଥିପାଇଁ ଆମେରିକା ସମେତ ସମଗ୍ର ବିଶ୍ୱ ଚକିତ ହୋଇଯାଇଥିଲା । ତାଲିବାନ ଶାସନର ଆଗମନ ହେତୁ ସେଠାରେ ରହୁଥିବା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସମସ୍ତ ଦେଶ ନିଜ ନାଗରିକଙ୍କୁ ସ୍ଥାନାନ୍ତର କରିବାକୁ ନିୟୋଜିତ ଅଛନ୍ତି । ପ୍ରତିଦିନ ହଜାର ହଜାର ଲୋକ ଆଫଗାନିସ୍ତାନ ଛାଡୁଛନ୍ତି । ଅନେକ ରାଷ୍ଟ୍ର ନିଜ ନିଜ ଦେଶ ର ନାଗରିକ ମାନଙ୍କୁ ଏଆରଲିଫ୍ଟଇଂଗ କରି ନେଇଯାଉଛନ୍ତି I ଏଥିପାଇଁ କାବୁଲ ବିମାନ ବନ୍ଦର ରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି ଇହି ଏୟାରଲିଫ୍ଟଙ୍ଗ କୁ ତାଲିବାନ ନାପସନ୍ଦ କରି ଆମେରିକା ଓ ନାଟୋ ଦେଶ ଗୁଡିକୁ ଚେତାବନୀ ଦେଇଛି I

Leave A Reply

Your email address will not be published.