ଆଜିଠାରୁ ଆରମ୍ଭ ହେଉଛି ଟୋକିଓ ପାରା ଅଲମ୍ପିକ୍ସ, ଭାଗ ନେଉଛି ୫୪ ଜଣିଆ ଭାରତୀୟ ଦଳ

32

ଆଜି ଆରମ୍ଭ ହେଉଛି ଟୋକିଓ ପାରା ଅଲମ୍ପିକ୍ସ । ଉଦଘାଟନୀ ଉତ୍ସବରେ ଯୋଗଦେବେ ଭାରତର ୫ଖେଳାଳୀଙ୍କ ସହିତ ୬ଅଧିକାରୀ । ଏହି ବର୍ଷ ଟୋକିଓ ପାରା ଅଲମ୍ପିକ୍ସରେ ୫୪ ଜଣିଆ ଭାରତୀୟ ଦଳ ଭାଗ ନେଉଛନ୍ତି । ଏମାନଙ୍କ ମଧ୍ୟରେ ୪୦ଜଣ ପୁରୁଷ ଥିବା ବେଳେ ୧୪ଜଣ ମହିଳା କ୍ରୀଡାବିତ ରହିଛନ୍ତି ।
ବର୍ତ୍ତମାନ ସୁଦ୍ଧା ୨ଟି ପର୍ଯ୍ୟାରେ କିଛି ଖେଳାଳି ଟୋକିଓରେ ପହଂଚି ଯାଇଥିବା ବେଳେ ଶେଷ ପର୍ଯ୍ୟାୟରେ ବାକି ଖେଳାଳି ଆଜି ଟୋକିଓରେ ପହଂଚିବେ ବୋଲି ଜଣାପଡିଛି । ଚଳିତ ଥର ପାରା ଅଲମ୍ପିକ୍ସରେ କ୍ଲବ ଥ୍ରୋ ବିଭାଗରେ ଧରମବୀର ନୈନ, ଡିସକସ ଥ୍ରୋରେ ବିନୋଦ କୁମାର, ଲଙ୍ଗଜମ୍ପରେ ରାମପାଲ, ହାଇଜମ୍ପରେ ମାରୟାପାନ୍ନ ଥାଙ୍ଗାଭାଲୁଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ଅନ୍ୟମାନଙ୍କ ମଧ୍ୟରେ ବ୍ୟାଡମିଣ୍ଟନରେ ଓଡିଆ ଖେଳାଳି ପ୍ରମୋଦ ଭଗତ, ଭାରତ୍ତୋଳନରେ ଜୟଦୀପ ଦେସଓ୍ବାଲ ଏବଂ ବନ୍ଧୁକ ଚାଳନାରେ ମନୀଷ ନରଓ୍ବାଲ ଭଲ ପ୍ରଦର୍ଶନ କରିବେ ବୋଲି ଭାରତୀୟ କ୍ରୀଡାବିତଙ୍କ ଆଶା ରଖିଛନ୍ତି ।

Leave A Reply

Your email address will not be published.