ଆଫଗାନିସ୍ତାନରୁ ଭାରତ ଆସିଲା ଆଉ ଏକ ବିମାନ

31

ଆଫଗାନିସ୍ତାନରୁ ଭାରତ ଆସିଲା ଆଉ ଏକ ବିମାନ । ୧୦୭ ଭାରତୀୟଙ୍କ ସହ ମୋଟ ୧୬୮ ଯାତ୍ରୀ ଭାରତ ଫେରିଛନ୍ତି । ଭାରତୀୟ ବାୟୁସେନାର ବିମାନ C-17 ଗ୍ଲୋବମାଷ୍ଟରରେ ଦିଲ୍ଲୀ ପହଁଚିଛନ୍ତି ସମସ୍ତେ । ତେବେ ବିମାନରେ କିଛି ଆଫଗାନିସ୍ତାନ ନାଗରିକ ଦେଶ ଛାଡ଼ି ପଳାଇ ଆସିଛନ୍ତି, ଯେଉଁଥିରେ ଦୁଇଜଣ ଆଫଗାନିସ୍ତାନ ସାଂସଦ ଅଛନ୍ତି।
୧୬୮ ଜଣଙ୍କ ମଧ୍ୟରୁ ୨୪ ଜଣ ଆଫଗାନିସ୍ତାନ ଶିଖ୍ ମଧ୍ୟ ଫେରିଛନ୍ତି। ଏଠାକୁ ଫେରିବା ପରେ ସେମାନେ ସେଠାକାର ଦୁର୍ଦ୍ଦଶା ବଖାଣିଛନ୍ତି । ତାଲିବାନ ସେମାନଙ୍କୁ ବିମାନବନ୍ଦରକୁ ଆସିବାକୁ ଦେଉନଥିବା ସେମାନେ କହିଛନ୍ତି। ଆଜି କାବୁଲରୁ ଗୋଟିଏ ବିମାନ କତାରର ଦୋହା ଏବଂ ଅନ୍ୟଟି ତାଜିକିସ୍ତାନର ରାଜଧାନୀ ଦୁଶାମ୍ବେରେ ପହଞ୍ଚିଛି। ଆଫଗାନିସ୍ତାନରୁ ରବିବାର ସକାଳେ ଫେରିଥିବା ଭାରତୀୟ ବିମାନରେ ‘ଭାରତ ମାତା କି ଜୟ’ର ନାରା ଲଗାଇଥିଲ।

Leave A Reply

Your email address will not be published.