୧୨୮ ଦିନ ପରେ ଜଳିଲା ୨୮ ମୃତଦେହ

30

ଭୁବନେଶ୍ୱର: ୧୨୮ ଦିନ ପରେ ଜଳିଲା ୨୮ ମୃତଦେହ । ଭରତପୁର ଶ୍ମଶାନରେ ହେଲା ଅନ୍ତିମ ସଂସ୍କାର । ସବୁ ଅଚିହ୍ନା ଶବର ଶେଷକୃତ୍ୟ ସମ୍ପନ୍ନ କରିଛି ବିଏମସି । ଏମ୍ସ, ବିଏମସି ଅଧିକାରୀ, ପୂର୍ବତଟ ରେଳବାଇ ଅଧିକାରୀ ଏବଂ ସିବିଆଇ ଅଧିକାରୀଙ୍କ ଉପସ୍ଥିତିରେ କଣ୍ଟେନର ଖୋଲା ଯାଇଥିଲା । ଏହାର ଭିଡିଓଗ୍ରାଫି ମଧ୍ୟ କରାଯାଇଥିଲା । ଡିସପୋଜ ପ୍ରକ୍ରିୟା ପରେ  ମୃତଦେହକୁ ବିଏମସିକୁ ହସ୍ତାନ୍ତର କରାଯାଇଥିଲା । ଏହା ପରେ ପ୍ରଦୀପ ସେବା ଟ୍ରଷ୍ଟର ୧୨ ଜଣିଆ ଦଳ ଏହି ସତ୍କାର କାର୍ଯ୍ୟ ସମ୍ପନ୍ନ କରିଥିଲେ । ଏପରିକି ଏହି ସ୍ୱେଚ୍ଛାସେବୀ ସଂଗଠନ  ପକ୍ଷରୁ ଏମାନଙ୍କର ଅସ୍ଥି ସଂଗ୍ରହ କରି ଜଳରେ ବସର୍ଜନ ମଧ୍ୟ କରାଯାଇଛି ।

ତେବେ ସମସ୍ତ ମୃତଦେହର ଡିଏନଏ ନମୂନା ଭୁବନେଶ୍ୱର ଏମ୍ସରେ ରଖାଯାଇଛି ।   ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ଆସିଲେ ଏହାର ପରୀକ୍ଷା କରାଯିବ ବୋଲି କହିଛନ୍ତି ଏମ୍ସ କର୍ତ୍ତୃପକ୍ଷ । ସୂଚନାଥାଉ କି, ବାହନଗା ଟ୍ରନ ଦୁର୍ଘଟଣା ପରେ ୪ ମାସ ଧରି ମୃତେଦହକୁ ଫ୍ରିଜରେ ରଖା ଯାଇଥିଲା ।

ସୂଚନାଥାଉ କି, ଗତ ଜୁନ ୨ ତାରିଖରେ ବାଲେଶ୍ୱର ଜିଲ୍ଲାର ବାହାନଗାଠାରେ ଘଟିଥିଲା ସେଇ ଭୟଙ୍କର ଦୁର୍ଘଟଣା । କରମଣ୍ଡଳ ଏକ୍ସପ୍ରେସ ଏକ ମାଲବାହୀ ଟ୍ରେନକୁ ଲୁପ ଲାଇନରେ ଧକ୍କା ଦେଇ ଦ୍ରୁତ ଗତିରେ ଆସୁଥିବା ଯଶୋବନ୍ତପୁର ଏକ୍ସପ୍ରେସକୁ ଧକ୍କା ଦେଇଥିଲା । ଚାଲି ଯାଇଥିଲା ୨୯୧ ଜୀବନ  । ରେଳବାଇ ପକ୍ଷରୁ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିବାର ସମସ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ । ହେଲେ ୨୮ ଶବକୁ କେହି ନେବାକୁ ଆସି ନ ଥିଲେ । ଏହାକୁ ଏମ୍ସରେ ଏକ ସ୍ୱତନ୍ତ୍ର କଣ୍ଟେନରରେ ରଖାଯାଇଥିଲା । ଶେଷରେ ଆଜି ଜୁଇରେ ଜଳିଛି ଏହି ଶବ ।

Comments are closed, but trackbacks and pingbacks are open.