ନେହୁରା ହେଉଛି ଛାଡପତ୍ର ସ୍ୱୀକାର କର; ଦେଖନ୍ତୁ ଭିଡ଼ିଓ

25

ଭୁବନେଶ୍ୱର: ପୁଣି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଅନୁରୋଧ କଲେ ସାଂସଦ ଅନୁଭବ ମହାନ୍ତି । ଭିଡିଓ କରି ବର୍ଷାଙ୍କ ଉଦ୍ଦେଶ୍ୟରେ ହାତଯୋଡି ଛାଡପତ୍ର ସ୍ୱୀକାର କରବା ପାଇଁ ଅନୁରୋଧ କଲେ । ନିଜ ବାପା-ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଚିନ୍ତା ପ୍ରକଟ କରିବା ସହ ସେମାନଙ୍କୁ ଆଉ ଦୁଃଖ ନ ଦେବା ପାଇଁ ଭାବବିହ୍ୱଳ ହୋଇ ବର୍ଷାକୁ କହିଲେ ଅନୁଭବ ।

କିଛିଦିନ ତଳେ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରି ଅନୁଭବ ବର୍ଷାଙ୍କୁ ଟାଗ୍ କରିଥିଲେ । ଏଥିରେ ଅନୁଭବ ବର୍ଷାଙ୍କୁ ଅନୁରୋଧ କରିଥିଲେ, ସ୍ୱାମୀ-ସ୍ତ୍ରୀ ହୋଇ ଆମେ ରହି ପାରିଲେନି । ହେଲେ ସାରା ଜୀବନ ଭଲ ବନ୍ଧୁ ହୋଇ ରହିବା । ଭଲରେ ଭଲରେ ବୁଝାମଣା ଭିତରେ ଛାଡପତ୍ର ଗ୍ରହଣ କରିନେବାକୁ ସେ ଅନୁରୋଧ ବି କରିଥିଲେ ।

ଏହାର କୌଣସି ଉତ୍ତର ବର୍ଷାଙ୍କ ପକ୍ଷରୁ ନ ପାଇ ପୁଣି ଏକ ଭିଡିଓ ସୁଟ କରିଛନ୍ତି ଅନୁଭବ । ଭିଡିଓରେ ସେ ଏକଥା ସ୍ୱୀକାର ମଧ୍ୟ କରିଛନ୍ତି । ସେ ଆହୁରି କହିଛନ୍ତି, ତାଙ୍କ ବାପା ଅସୁସ୍ଥ । ବାପାଙ୍କ ପାଇଁ ମା’ ମଧ୍ୟ ଅସୁସ୍ଥ । ଏପରି ଶରୀରିକ ଅସୁସ୍ଥତା ସାଙ୍ଗକୁ ତାଙ୍କର ବୈବାହିକ ଜୀବନ ସମସ୍ୟା ପରିବାରର ଅଶାନ୍ତି ବଢାଉଛି । ତେଣୁ ଶାନ୍ତିର ସହ ବିବାହ ବିଚ୍ଛେଦକୁ ମିଳିମିଶି ଗ୍ରହଣ କରିନେବାକୁ ସେ ବର୍ଷାଙ୍କୁ ଅନୁରୋଧ କରିଛନ୍ତି ।

ସୂଚନାଥାଉ କି, ବର୍ଷାଙ୍କ ଉଦ୍ଦେଶ୍ୟରେ ପୂର୍ବରୁ ଅନୁଭବ ସୋସିଆଲ ମିଡିଆରେ ଏକ  ବାର୍ତ୍ତା ଦେଇ କହିଥିଲେ  ସେମାନେ ସ୍ୱାମୀ-ସ୍ତ୍ର ଭାବେ ରହି ପାରିବେ ନାହିଁ । ତେଣୁ  ସବୁଦିନ ବନ୍ଧୁ ହୋଇ ରହିବାକୁ କହିଥିଲେ । ଏପରିକି ଛାଡପତ୍ର ଶାନ୍ତିର ସହ ସାରିଦେବାକୁ ଅନୁରୋଧ ବି କରିଥିଲେ । ହେଲେ ବର୍ଷା ଏହାର କୌଣସି ଉତ୍ତର ଦେବା ପରିବର୍ତ୍ତେ ତାଙ୍କୁ  ସୋସିଆଲ ମିଡିଆରେ ବ୍ଲକ କରି ଦେଇଥିବା କହିଛନ୍ତି ଅନୁଭବ । ସେଥିପାଇଁ ସେ ଏପରି ଭିଡିଓ କରି ପୁଣି ଥରେ ବର୍ଷାଙ୍କୁ ଅନୁରୋଧ କରିଛନ୍ତି ।

୨୦୨୦ରୁ ବର୍ଷା-ଅନୁଭବଙ୍କ ମଧ୍ୟରେ ଆଇନ ଯୁଦ୍ଧ ଚାଲିଛି । ଏହାଭିତରେ ଫ୍ୟାମିଲି କୋର୍ଟ ଅନୁଭବ ଆବେଦନ କରିଥିବା ଡିଭୋର୍ସ କେସକୁ ଖାରଜ କରି ଦେଇଛନ୍ତି ।

ଏହା ପରେ ବର୍ଷା ନିଜ ଟୁଇଟରରେ ଜଗନ୍ନାଥଙ୍କର ଏକ ଫଟୋ ସେୟାର କରି ଲେଖିଥିଲ, ‘ଜୟ ଜଗନ୍ନାଥ । ସତ୍ୟ ସବୁବେଳେ ବିଜୟ ହୋଇଥାଏ ।’ ଅନ୍ୟପକ୍ଷେ ଅନୁଭବ ତାଙ୍କୁ ନୀରବ ରହି ସତ୍ୟକୁ ଲୁଚଉଛ ବୋଲି ଅଭିଯୋଗ କରିଥିଲେ ।

ଅନୁଭବ-ବର୍ଷା ୨୦୧୪ରେ ବିବାହ କରିଥିଲେ । ବିବାହର ୬ ବର୍ଷ ପରେ ୨୦୨୦ ଜୁଲାଇ ୬ ତାରିଖରେ ଦିଲ୍ଲୀ କୋର୍ଟରେ ଅନୁଭବ ବିବାହ ବିଚ୍ଛେଦ ପିଟିସନ ଦାଖଲ କରିଥିଲେ ।

Comments are closed, but trackbacks and pingbacks are open.