ପୁଣି ଚର୍ଚ୍ଚାରେ ତିର୍ତୋଲ ବିଧାୟକ; କରିବେ କି ବିବାହ ?

86

ଭୁବନେଶ୍ୱର: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ବିବାହ ପାଇଁ କୋର୍ଟରେ ଆବେଦନ କରିଥିବା ଖବର ସାମ୍ନାକୁ ଆସିବା ପରେ ବିସ୍ଫୋରକ ବୟାନ ଦେଇଛନ୍ତି ତାଙ୍କର ପୂ୍ର୍ବ ପ୍ରେମିକା ତଥା ବାନ୍ଧବୀ ସୋମାଲିକା ।

ବିଜୟଶଙ୍କରଙ୍କ ବିବାହ କଥା ଶୁଣି ସୋମାଲିକା କହିଛନ୍ତି, ‘ବିଜୟଙ୍କୁ ମୁଁ ଛାଡ଼ିବିନି । ଅଭିଯୋଗ କରିବି ।କଟକ ବିବାହ ପଞ୍ଜୀକରଣ ଅଧିକାରୀଙ୍କ ଠାରେ ଅଭିଯୋଗ କରିବି।  ମୋର କଣ କିଛି ଇଜ୍ଜତ ନାହିଁ।  ଝିଅ ବୋଲି କଣ ମୋତେ ଏମିତି ହଇରାଣ କରାଯିବ ? ସେ  ଯାହାକୁ ଚାହଁବେ ତାଙ୍କ ଜୀବନ ନଷ୍ଟ କରିବେ ?’ ଏମିତି କହି ବିଜୟଶଙ୍କରଙ୍କ ଉପରେ ବର୍ଷିଛନ୍ତି ସୋମାଲିକା ।

ସେ ଆହୁରି କହିଛନ୍ତି, ‘ପାୱାର ପାଇଁ ବିଜୟ ଏଭଳି କରୁଛନ୍ତି । ପାର୍ଟି ତାଙ୍କୁ ସୁରକ୍ଷା ଦେଉଛି  ।  ଜଗତସିଂହପୁର ପୋଲିସ ମୋର ବୟାନ ରେକର୍ଡ କରି ସାରିଛି। ବାରମ୍ବାର ଡାକି ମୋତେ ପଚାରୁଛି ପୋଲିସ, କିନ୍ତୁ ଥରେ ବି ବିଜୟଙ୍କୁ ଡାକି ଜେରା କରିନି। ଦଳ ପାଇଁ ଏଭଳି  ସପୋର୍ଟ ମିଳୁଛି । ଜଣେ ସାଧାରଣ ଲୋକ ହୋଇଥିଲେ ସେ କେବେବି ଏପରି କରିନଥାନ୍ତେ। ଯାହା ବି ହେଉ, ୩୦ ଦିନ ଭିତରେ ନିଶ୍ଚିତ କଂପ୍ଲେନ କରିବି’ ବୋଲି କହିଛନ୍ତି ସୋମାଲିକା ।

ସୂଚନାଥାଉ କି, ବାନ୍ଧବୀ ସୋମାଲିକାଙ୍କ ସହ ସମ୍ପର୍କକୁ ନେଇ ବେଶ୍ କିଛି ଦିନ ଧରି ଚର୍ଚ୍ଚାରେ ଥିଲେ ବିଧାୟକ ବିଜୟଶଙ୍କର । ପରେ ବିଜୟ ତାଙ୍କୁ ପ୍ରତାରଣା କରିଥିବା ନେଇ ଅଭିଯୋଗ ଆଣିଥିଲେ ବାନ୍ଧବୀ ସୋମାଲିକା । ଏହା ପରେ ସମ୍ପର୍କକୁ ନେଇ ବିବାଦରେ ଛନ୍ଦି ହୋଇପଡିଥିଲେ ବିଜୟ । ଏ ନେଇ ସୋମାଲିକା  ଥାନାରେ ଏତଲା ବି ଦେଇଥିଲେ ।

Comments are closed, but trackbacks and pingbacks are open.