ରାଜଧାନୀରେ ଆଜିଠାରୁ ଖୋଲିଲା ସମସ୍ତ ଧର୍ମାନୁଷ୍ଠାନ:ସେପ୍ଟେମ୍ବର ୧ ତାରିଖରୁ ଖୋଲିବ ଲିଙ୍ଗରାଜ ମନ୍ଦିର

24

ଆଜିଠାରୁ ରାଜଧାନୀରେ ଖୋଲିଲା ସମସ୍ତ ଧର୍ମାନୁଷ୍ଠାନ । କେବଳ ଲିଙ୍ଗରାଜ ମନ୍ଦିର ବ୍ୟତୀତ ଅନ୍ୟ ସମସ୍ତ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ଦେଇଛି ବି.ଏମ.ସି. । ଦୀର୍ଘ ୪ ମାସ ଧରି କରୋନା ର ପ୍ରାଦୁର୍ଭାବ ରହିଥିବାରୁ ରାଜ୍ୟ ରେ ପ୍ରାୟ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଥିଲା I କିନ୍ତୁ ଗତ ମାସ ରୁ ଯେଉଁ ଜିଲ୍ଲା ଗୁଡିକରେ କରୋନା ପ୍ରାଦୁର୍ଭାବ କମିଯାଇଥିଲା ସେହି ଜିଲ୍ଲା ଗୁଡିକରେ କିଛି କିଛି ମନ୍ଦିର ଖୋଲିବା ପାଇଁ ଅନୁମତି ମିଳିଥିଲା I କିନ୍ତୁ ରାଜଧାନୀ ସମେତ ଅନ୍ୟ ୨ ଟି ଜିଲ୍ଲା ରେ ଧର୍ମାନୁଷ୍ଠାନ ସବୁ ବନ୍ଦ ରହିଥିଲା ତେଣୁ ବର୍ତ୍ତମାନ ରାଜଧାନୀ ରେ ସବୁ ମନ୍ଦିର ଖୋଲିଥିଲେ ମଧ୍ୟ , କରୋନା କଟକଣା ମଧ୍ୟରେ ପ୍ରବେଶ ସହ ଦର୍ଶନ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ କୌଣସି ମନ୍ଦିରର ଗର୍ଭଗୃହକୁ ପ୍ରବେଶ ପାଇଁ ଭକ୍ତଙ୍କୁ ସୁଯୋଗ ମିଳିବ ନାହିଁ । ଏକ ନିର୍ଦ୍ଧାରିତ ସ୍ଥାନରେ ଛିଡ଼ା ହୋଇ ଦର୍ଶନ କରିପାରିବେ ଭକ୍ତ । ସେହିପରି ମନ୍ଦିର ଭିତରକୁ ଭୋଗ ନେବାକୁ ମଧ୍ୟ ବାରଣ କରାଯାଇଛି ।
ସେହିପରି ଲିଙ୍ଗରାଜ ମନ୍ଦିର ସେପ୍ଟେମ୍ବର ୧ ତାରିଖରୁ ସର୍ବସାଧାରଣ ଦର୍ଶନ ପାଇଁ ଖୋଲିବ । କୋଭିଡ୍ ନିୟମ ମାନି ଶ୍ରଦ୍ଧାଳୁ ଧର୍ମାନୁଷ୍ଠାନରେ ପ୍ରବେଶ କରିବେ ।

Leave A Reply

Your email address will not be published.