‘ଜାଇକଭ -ଡ଼ି’ ଟୀକା କୁ ବ୍ୟାବହାରିକ ଅନୁମତି ମିଳିଲା

30

ଦେଶ ର ୬ଷ୍ଠ କରୋନା ଟିକାକୁ ମିଳିଲା ଅନୁମତି ଇ ମହାମାରୀ କରୋନା ସଂକ୍ରମଣର ତୃତୀୟ ଲହର ପୂର୍ବରୁ , ଭାରତରେ ଜାୟଡସ କାଡିଲା ପ୍ରସ୍ତୁତ କରିଥିବା ଟ୍ରିପଲ ଡୋଜ୍‌ କରୋନା ଟିକା ଜାଇକୋଭ-ଡିକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ଶୁକ୍ରବାର ଭାରତ ଔଷଧ ନିୟାମକ (ଡିସିଜିଆଇ) ପକ୍ଷରୁ କମ୍ପାନୀକୁ ଏହି ଟିକାର ବ୍ୟବହାର ଭାରତରେ କରିବାକୁ ଅନୁମତି ଦିଆଯାଇଛି। ଗୁଜରାଟ ର ଅହମ୍ମଦାବାଦ ସ୍ଥିତ ଔଷଧ କମ୍ପାନୀ କାଡିଲା ହେଲଥକେୟାର (ଜାୟଡସ କାଡିଲା) ଏହି ଟିକାକୁ ପ୍ରସ୍ତୁତ କରିଛି I ଏହିI ଭାରତ ର ୨ୟ ସ୍ୱଦେଶୀ କରୋନା ଟୀକା I ପୂର୍ବରୁ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ ର ସ୍ୱଦେଶୀ ଟୀକା କୋଭାକସିନ କୁ ଭାରତ ସରକାର ଅନୁମତି ଦେଇଥିଲେ I
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୧୨ ବର୍ଷ ରୁ ୧୮ ବର୍ଷ ପିଲାମାନଙ୍କ କ୍ଷେତ୍ର ରେ ନିରାପଦ ରହିଛି I ତା’ଠାରୁ ଅଧିକ ବର୍ଷର ପିଲାମାନେ ବି ନେଇପାରିବେ। ଏହା ୬୬.୬% ପ୍ରଭାବଶାଳୀ ଅଟେ I ଏହାର ଅର୍ଥ ଭାରତରେ ୧୮ ବର୍ଷରୁ କମ ବୟସ୍କ ପିଲାଙ୍କ ପାଇଁ ଜାଇକୋଭ-ଡି ପ୍ରଥମ କରୋନା ଟିକା। ସେହିପରି ବିଶ୍ୱର ପ୍ରଥମ ଡିଏନ୍‌ଏ ଭିତ୍ତିକ କରୋନା ଟିକା ହେଉଛି ଜାଇକୋଭ-ଡି। ଏହା ସଂପୂର୍ଣ୍ଣ ଭାବେ ଭାରତୀୟ ଜ୍ଞାନକୌଶଳରେ ତିଆରି କରାଯାଇଛି ।
କମ୍ପାନୀ ବର୍ଷକୁ ୧୦୦ରୁ ୩୦୦ ମିଲିୟନ ଡୋଜ୍‌ର ଜାଇକୋଭ-ଡି ଉତ୍ପାଦନ କରିବ। କାଡିଲା ହେଲ୍ଥ କେୟାର ଲିଃ ପକ୍ଷରୁ ଟିକାର ଜରୁରିକାଳୀନ ବ୍ୟବହାର ପାଇଁ ଆବେଦନ କରାଯାଇଥିଲା। ଏହା କରୋନା ବିରୋଧରେ ପ୍ରାଥମିକ ସ୍ତରରେ ୬୬.୬% ଫଳପ୍ରଦ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.