ସୌନ୍ଦର୍ଯ୍ୟକରଣ ନାମ ରେ ଭଙ୍ଗା ହେଲା ମାଷ୍ଟରକ୍ୟାଣ୍ଟିନରେ ଥିବା ଯୁଦ୍ଧଘୋଡା ସଂଲଗ୍ନ ନର୍ତ୍ତକୀ ମୂର୍ତ୍ତି

28

ରାଜଧାନୀ ରେ ସୌନ୍ଦର୍ଯ୍ୟକରଣ ଓ ସ୍ଥାନାନ୍ତରଣ ନାମ ରେ ପୁଣି ଚାଲିଲା ଭଙ୍ଗା ଭଙ୍ଗୀ କାର୍ଯ୍ୟ I ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଯୋଦ୍ଧI ଘୋଡା ଏବଂ ମୂର୍ତ୍ତି ସ୍ଥାନାନ୍ତରକୁ ନେଇ ଅନେକ ତର୍କ ବିତର୍କ ଲାଗିଥିଲା। ଶେଷରେ ନରମିଥିଲେ ରାଜ୍ୟ ସରକାର। ଆଉ ମାଷ୍ଟରକ୍ୟାଣ୍ଟିନ ଛକ ରୁ ଘୋଡା ମୂର୍ତ୍ତି ହଟିବ ନାହିଁ ବୋଲି କହିଥିଲେ । ଏହି ବିବୃତ୍ତି ଦେବା ର କେଇ ଦିନ ପରେ ଆଜି ଘୋଡା ମୂର୍ତ୍ତି ଚାରିପଟକୁ ସୌନ୍ଦର୍ଯ୍ୟକରଣ ନାଁ ପୁଣି ଥରେ ସେଠାରେ ଥିବା ସଖୀ ମୂର୍ତ୍ତି ମାନଙ୍କୁ ଉଛେଦ କରାଯାଇଛି I ଶେଷରେ ଯାହା କହିଥିଲେ, ସେଇଆ କରିଦେଲେ। ମୂର୍ତ୍ତିଟିଏ ଗଢିବା କେତେ କାଠିକର ପାଠ ସେ କଥା ମୂର୍ତ୍ତି ଗଢୁଥିବା କାରିଗର ହିଁ କହିପାରିବ। ହେଲେ ସ୍ଥାନାନ୍ତର ନାଁରେ ଆଜି ସେଇ କମନୀୟ ମୂର୍ତ୍ତି ଭାଙ୍ଗିଦେଲା ପ୍ରଶାସନ।
ଆଉ ଆରମ୍ଭରୁ ବିଭ୍ରାଟ ଏବଂ ଦୂରଦର୍ଶିତା ଅଭାବ ଯୋଗୁଁ ଭାଙ୍ଗିଲା ଘୋଡା ଚାରିପଟେ ଥିବା ବିଭିନ୍ନ ସଖୀ ପ୍ରତିମାରୁ ଗୋଟିଏ। ଆଜି ମୂର୍ତ୍ତିକୁ ସ୍ଥାନାନ୍ତରିତ କରିବା ବେଳେ ଏହା ଭାଙ୍ଗି ଯାଇଛି। ଦୂରଦୃଷ୍ଟି ଅଭାବ ଯୋଗୁ ମୂର୍ତ୍ତିର ଅଣ୍ଟା ପାଖରେ ବେଲ୍ଟ ଲଗାଇ ଭିଡାଯାଉଥିବା ବେଳେ ଏହା ଦୁଇଗଡ ହୋଇଯାଇଛି।
ତେବେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସିଧା ଶଳଖ ଟାର୍ଗେଟ କରିଛନ୍ତି ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ। ଆଜି ଅଭିଯାନ କର୍ମକର୍ତ୍ତା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ନେତୃତ୍ୱରେ ଏହି ଘୋଡା ଏବଂ ଯୋଦ୍ଧା ମୂର୍ତ୍ତି ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଜି ସଟ ଡାଉନରେ ତରବରିଆ ଭାବେ ଯେଉଁ ଭଳି ସ୍ଥାନାନ୍ତରିତ କାର୍ଯ୍ୟ କରାଯାଉଛି ଏହାକୁ ବିକ୍ଷୋଭକାରୀ ବିରୋଧ କରିଥିଲେ। ଏହି ମୂର୍ତ୍ତି ଭାଙ୍ଗିବା ଦ୍ୱାରା ଆମ ଐତିହ୍ୟ ନଷ୍ଟ ହେଉଛି ବୋଲି ସମସ୍ତେ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.