ପୁଣି ଏକାଠି ହେଲେ ଓଲିଉଡ଼ ଦମ୍ପତ୍ତି

25

କଟକ: ଓଲିଉଡ଼ ଜଗତର ଚର୍ଚ୍ଚିତ ଷ୍ଟାର ଦମ୍ପତ୍ତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ଦାମ୍ପତ୍ୟ କଳି ଏବ ହାଟରେ ପଡି ଦାଣ୍ଡରେ ଗଡୁଛି । ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ଘରୋଇ ହିଂସା ମାମଲା ନେଇପାରେ ନୁଆମୋଡ । କଟକ SDJM କୋର୍ଟରେ ହାଜର ହୋଇଛନ୍ତି ଉଭୟ ବର୍ଷା ଓ ଅନୁଭବ । କୋର୍ଟରେ ଉଭୟଙ୍କୁ କାଉନସେଲିଂ କରାଯାଉଛି । ତେବେ ଆଜିର ଶୁଣାଣିରେ କଣ ଫଇସଲା ହେବ ତା’ ଉପରେ ଏବେ ସମସ୍ତଙ୍କ ନଜର ।

ସୂଚନାଯୋଗ୍ୟ ଯେ, ଗତ ୩ ବର୍ଷ ଧରି ଉଭୟ ସେଲିବ୍ରିଟିଙ୍କ ଛାଡପତ୍ର ମାମଲା କୋର୍ଟରେ ବିଚାରଧୀନ ରହିଛି । କିଛି ଦିନ ତଳେ ଦୁଇ ଜଣଙ୍କ ଆବେଦନ ଖାରଜ କରିଥିଲେ କୋର୍ଟ । ଅନୁଭବ ବିବାହ ବିଚ୍ଛେଦ ଆବେଦନ କରିଥିବା ବେଳେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ସ୍ୱାମୀ-ସ୍ତ୍ରୀ ଭାବେ ରହିବା ପାଇଁ ଆବେଦନ କରିଥିଲେ । ଏହି ଦୁଇ ଆବେଦନକୁ ଆବେଦନକୁ କୋର୍ଟ ଖାରଜ କରିଥିଲେ ଫ୍ୟାମିଲ କୋର୍ଟ । ଗୋଟିଏ ପଟରେ କୋର୍ଟ ଅନୁଭବଙ୍କ ବିବାହ ବିଚ୍ଛେଦ ଆବେଦନକୁ ଖାରଜ କରିଥିବା ବେଳେ ଅନ୍ୟପକ୍ଷରେ ସ୍ୱାମୀ-ସ୍ତ୍ରୀ ଭାବେ ପୁଣି ଏକାଠି ରହିବାକୁ ବର୍ଷା କରିଥିବା ଆବେଦନକୁ ମଧ୍ୟ କୋର୍ଟ ଖାରଜ କରିଥିଲେ ।

କୋର୍ଟଙ୍କ ଏଭଳି ଏକ ଆଦେଶକୁ ନେଇ ଚାରିଆଡେ ଆରମ୍ଭ ହୋଇଯାଇଥିଲା ଚର୍ଚ୍ଚା । ଏହାପରେ ଦେଖାଦେଇଥିଲା ଏକ୍ସ ୱାର୍ । ବର୍ଷା ତାଙ୍କ ଏକ୍ସରେ ଏକ ଫଟୋ ପୋଷ୍ଟ କରି ସତ୍ୟର ସବୁ ବେଳେ ଜୟ ହୁଏ ବୋଲି ଉଲ୍ଲେଖ କରିଥିବା ବେଳେ ସେପଟେ ନ୍ୟାୟର ସର୍ବଦା ଜୟ ହୁଏ ବୋଲି ଗଣମାଧ୍ୟମକୁ କହିଥିଲେ ଅନୁଭବ ମହାନ୍ତି ।

Comments are closed, but trackbacks and pingbacks are open.