ଭୁବନେଶ୍ୱର IITରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

30

ଆଜି ଭୁବନେଶ୍ୱର ଆଇଆଇଟିରେ ପହଞ୍ଚିଛନ୍ତି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କ୍ୟାମ୍ପସରେ ନିର୍ମାଣ ହୋଇଥିବା ଦୁଇଟି ବିଲ୍ଡିଂର ଉଦଘାଟନ କରିଛନ୍ତି ଶ୍ରୀ ପ୍ରଧାନ । ଋଷିକୁଲ୍ୟା ଆବାସିକ ହଲ୍ ଏବଂ ପୁଷ୍ପଗିରି ଲେକଚର୍ ହଲ୍ ର ଉଦଘାଟନ କରିଛନ୍ତି ଶିକ୍ଷାମନ୍ତ୍ରୀ ।୮୦୦ ବେଡ୍ ବିଶିଷ୍ଟ ଋଷିକଲ୍ୟା ଛାତ୍ରାବାସ ଏବଂ ଅତ୍ୟାଧୁନିକ ଲେକଚର ହଲର ଶୁଭାରମ୍ଭ କରାଯାଇ ଏଠାରେ ଭିତିଭୂମିକୁ ମଜବୁତ୍ କରାଯାଇଛି । ଏହି ଶିକ୍ଷାନୁଷ୍ଠାନ ବିଶ୍ୱ ଓ ମାନବ ସମାଜର ଆଶା ଏବଂ ଆକାଂକ୍ଷା ପୂରଣ ପୂରଣ କରିବ।
୧୨୬୦ରୁ ଅଧିକ କୋଟି ଟଙ୍କା ବ୍ୟୟରେ ଆଇଆଇଟି କ୍ୟାମ୍ପସ ଭିତ୍ତିଭୂମିର ବିକାଶ କରାଯାଉଛି। ଏହା ଦ୍ୱିତୀୟ ପର୍ଯ୍ୟାୟ କ୍ୟାମ୍ପସରେ ନିର୍ମାଣ ହୋଇଛି । ଏହି ଅବସରରେ ଆଇଆଇଟି ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହାସହ ଖୁବ ଶୀଘ୍ର ଆଇଆଇଟି ଇଞ୍ଜିନିୟରିଂରେ ଓଡିଆ ଭାଷାରେ ଛାତ୍ରଛାତ୍ରୀ ପାଠ ପଢିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଆଇଆଇଟି ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ଯୋଡ଼ିବା ପାଇଁ ଆଇଆଇଟିର ନିର୍ଦ୍ଦେଶକ ମାନଙ୍କୁ ପରାମର୍ଶ ଦେବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦୀର୍ଘ ୩୪ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପ୍ରଣୟନ ହୋଇଥବା ନୂଆ ଜାତୀୟ ଶିକ୍ଷା ନୀତିରେ ବହୁ ଭାଷାଭାଷୀ ବିଷୟକୁ ଗୁରୁତ୍ୱ ଦିଆଯାଇଛି । ଯୁବକ ଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଓଡିଆ ଭାଷା ସମେତ ଦେଶର ସ୍ଥାନୀୟ ଭାଷା ଯଥା ବଙ୍ଗାଳୀ, ମଲାୟାଲାମ, ମରାଠୀ, ଗୁଜୁରାଟୀ,ତେଲୁଗୁ ଭଳି ଆଂଚଳିକ ଭାଷାକୁ ପ୍ରଧାନ୍ୟ ଦିଆଯାଇଛି । ଜାତୀୟ ଶିକ୍ଷା ନୀତିର ପ୍ରମୁଖ ଦିଗ ହେଉଛି ଭାରତର ଆଂଚଳିକ ଭାଷାରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦାନ କରିବା, ଯାହା ଛାତ୍ରଛାତ୍ରୀଙ୍କ ପାଇଁ ଭବିଷ୍ୟତର ନୂଆ ମାନଚିତ୍ର ପ୍ରସ୍ତୁତ କରିବ ବୋଲି ସେ କହିଛନ୍ତି ।

୨୦୧୮ ଡ଼ିସେମ୍ବରରେ ପଧ୍ରାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଦେଶ ଉଦ୍ଦେଶ୍ୟରେ ସମର୍ପିତ ହୋଇଥିବା ଆଇଆଇଟି ଭୁବନେଶ୍ୱର କ୍ୟାମ୍ପସକୁ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗସ୍ତ କରିବା ପରେ ଆଇଆଇଟିର ସାମାଜିକ ମର୍ଯ୍ୟାଦା ସହ ଗୁଣାତ୍ମକ ମାନ ବୃଦ୍ଧି ପାଇଛି ।

ଉଲ୍ଲେଖନୀୟ ଯେ, ଏହି ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଓଡିଆ ପିଲାଙ୍କର ଦକ୍ଷତା ବୃଦ୍ଧି କରି ସେମାନଙ୍କୁ ରୋଜଗାର ଦେବା ପାଇଁ ଆଇଆଇଟି ଭୁବନେଶ୍ୱର ଏବଂ ଦକ୍ଷତା ବିକାଶ ପ୍ରତିଷ୍ଠା (ଏସଡିଆଇ) ଭୁବନେଶ୍ୱର ମଧ୍ୟରେ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି।

Leave A Reply

Your email address will not be published.