ଗଛରେ ଫଳୁଛି ଉଲଗ୍ନ ମହିଳା ଫଳ

627

ନୂଆଦିଲ୍ଲୀ: ଆପଣ ମାନେ ଗଛରେ  ବିଭିନ୍ନ ପ୍ରକାର ଫଳ ଫୁଲ ହୋଇଥିବା ଦେଖିଥିବେ । କିନ୍ତୁ କ’ଣ କେବେ ଆପଣ ଗଛରେ ଜଣେ ଉଲଗ୍ନ ମହିଳାଙ୍କୁ ଫଳିଥିବାର ଦେଖିଛନ୍ତି କି ? ଏବେ ଆପଣ ଭାବୁଥିବେ ଏଟଟା କିପରି ସମ୍ଭବ । ଗଛରେ ପୁଣି ଉଲଗ୍ନ ମହିଳା ! କଥାଟା ଆପଣଙ୍କୁ ଯେତେ ଆଶ୍ଚର୍ଯ୍ୟ ଲାଗୁଛି ସେତେ ରୋଚକମୟ ମଧ୍ୟ । ଆଜ୍ଞା ହଁ, ଆମ ଦେଶରେ ରହିଛି ଏପରି ଏକ ଗଛ ଯେଉଁଥିରେ ଫଳିଥାଏ ଉଲଗ୍ନ ମହିଳା । ଏବେ ଆପଣ ଭାବୁଥିବେ ଏହି ଗଛ କେଉଁଠି ଅଛି, ଏହାର ନାମ କ’ଣ ଇତ୍ୟାଦି ଇତ୍ୟାଦି ।

ତେବେ ଅମ ଦେଶରେ ଥିବା ସୁଉଚ୍ଚ ପର୍ବତ ହିମାଳୟର ପାର୍ବତ୍ୟାଞ୍ଚଳରେ ଦେଖିବାକୁ ମିଳେ ଏହି ଗଛ । ଏହା ନାରୀଲତା ଗଛ ନାଁରେ ପରିଚିତ । ମାତ୍ର ଏହି ଗଛରେ ଏହି ଫୁଲ ସବୁ ସମୟରେ ଦେଖିବାକୁ ମିଳିନଥାଏ । ପ୍ରତି ୨୦ ବର୍ଷ ଅନ୍ତରରେ ଏହି ଗଛରେ ମହିଳାର ଉଲଗ୍ନ ଶରୀରର ଭ୍ରମ ସୃଷ୍ଟି କରୁଥିବା ଏକ ଫୁଲ ଦେଖିବାକୁ ମିଳେ । ନାରୀଲତା ନାମକ ଏହି ଗଛରେ ଅଜବ ପ୍ରକାରର ଫୁଲ ଫୁଟିଥାଏ । ଏହି ଫୁଲର ଆକାର ଏକ ଉଲଗ୍ନ ନାରୀ ଶରୀର ପରି ହିଁ ହୋଇଥାଏ । ଏହି କାରଣରୁ ତ ଏହାର ନାଁ ନାରୀଲତା ରଖାଯାଇଛି ।

ଏହି ଗଛ ସାଧାରଣତଃ ହିମାଳୟର ପାଦଦେଶ , ଶ୍ରୀଲଙ୍କା, ଥାଇଲାଣ୍ଡର କେତେକ ସ୍ଥାନରେ ହିଁ ଦେଖାଯାଇଥାଏ ।କୁହାଯାଉଛି କି ୨୦ ବର୍ଷ ଅନ୍ତରରେ ହିଁ ଏହି ଗଛରେ ଫୁଲ ଫୁଟିଥାଏ । ଏହାର ରଙ୍ଗ ଈଷତ ହଳଦିଆ ରଙ୍ଗର । ପ୍ରଥମ ଥର ପାଇଁ ଏହାକୁ ଯିଏ ଦେଖିବ ଏକ ଛୋଟ କଣ୍ଡେଇ ଟିଏ ବୋଲି ହିଁ ଭାବିବ । ଏହି ଫୁଲଟି ସାଧାରଣ ବ୍ୟବହାରରେ ଆସୁନଥିଲେ ବି ଏହାର ଅଦ୍ଭୁତ ଆକାର ସମସ୍ତଙ୍କୁ ନିଜ ପ୍ରତି ଆକୃଷ୍ଟ କରିଥାଏ ।

Comments are closed, but trackbacks and pingbacks are open.