ନିଲାମ ହେବ ୧୫ କୋଟି ବର୍ଷର ତଳର କଙ୍କାଳ; ଜଣାନ୍ତୁ ବିଶେଷ ତଥ୍ୟ

33

ନୂଆଦିଲ୍ଲୀ:  ନିଲାମ ହେବାକୁ ଯାଉଛି ଦୁର୍ଲଭ ଡାଇନୋସର ବେରୀର କଙ୍କାଳ  । ଏହି କଙ୍କାଳ ୧୫ କୋଟି ବର୍ଷର ବୋଲି କୁହାଯାଉଛି  । ଏହାକୁ କୋଟି କୋଟି ଟଙ୍କାରେ ବିକ୍ରି କରାଯିବ  । ଏହା ଏତେ ବର୍ଷ ପୁରୁଣାର ହୋଇଥିଲେ ବି ଏହାକୁ ସୁରକ୍ଷିତ ଭାବେ ରଖାଯାଇଛି  । ୧୯୯୦ ମସିହାରେ ଆମେରିକାର ଓ୍ବାମିଂ ସହରରୁ ଏହାକୁ ଠାବ କରାଯାଇଥିଲା ।

ଲହାର ଲମ୍ବ ୫ ମିଟର ହୋଇଥିବାବେଳେ ଉଚ୍ଚତା ୨.୧ ମିଟର  ରହିଛି । ୨୦୦୦ ମସିହାରେ ଜୀବାସ୍ମ ବିଜ୍ଞାନୀ ବେରୀ ଜେମ୍ସ ଏହାକୁ ପୁନଃରୁଦ୍ଧାର କରିଥିଲେ । ତେବେ ଆସନ୍ତା ମାସରେ ଡାଇନୋସର ବେରୀର କଙ୍କାଳ ନିଲାମ ହେବ  । ଏହା ପ୍ୟାରୀସରେ ନିଲାମ ହେବାକୁ ଯାଉଛି । ପ୍ରଥମେ ଏହାକୁ ସର୍ବସାଧାରଣରେ ରଖାଯିବ  । ସେଠାରେ ସାଧାରଣ ଲୋକଙ୍କୁ ଏହାକୁ ଦେଖିବାକୁ ସୁଯୋଗ ଦିଆଯିବ  ।

ପରେ ଏହାକୁ ନିଲାମ କରାଯିବ  । ଏହାର ନିଲାମ ଦାୟିତ୍ବରେ ଥିବା ଜଣେ ଅଧିକାରୀଙ୍କ କହିବା ମୂତାବକ ଏହି କଙ୍କାଳଟି ଅତ୍ୟନ୍ତ ଦୁର୍ଲଭ  । ତାକୁ ସୁରକ୍ଷିତ ଭାବରେ ରଖାଯାଇଛି । ବେରୀର ଖପୁରୀ ୯୦ ପ୍ରତିଶତ ଓ ଶରୀରର ୮୦ ପ୍ରତିଶତ ଠିକ୍ ଅଛି ।

Comments are closed, but trackbacks and pingbacks are open.