ତାଲିବାନ ଆଫଗାନିସ୍ତାନ ର କ୍ରିକେଟ ବୋର୍ଡ ଅଫିସକୁ ଅକ୍ତିଆର କଲା

37

ତାଲିବାନ କାବୁଲ କୁ କବ୍ଜା କରିସାରିବା ପରେ ତାର କାୟା ବିସ୍ତାର କରିବାରେ ଲାଗିଛି ଇ ଯଦିଓ ତାର ଶାସନ ରଣନୀତି ସମ୍ପୂର୍ଣ୍ଣ ଭାବରେ ଜଣାପଡ଼ୁନାହିଁ ,କିନ୍ତୁ ଭାରତ ବିରୋଧୀ ମନୋଭାବ କୁ ସେ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ କରି ସାରିଛି ଇ ସେହିପରି ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଅଫିସ୍‌କୁ ନିଜ ଅକ୍ତିଆର କୁ ନେଇଛି ତାଲିବାନ। କାବୁଲରେ ଥିବା ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଅଫିସ ଭିତରେ ତାଲିବାନୀମାନେ ପ୍ରବେଶ କରିଛନ୍ତି। ବନ୍ଧୁକ ଧରି ତାଲିବାନୀ ମାନେ କ୍ରିକେଟ ବୋର୍ଡ ଅଫିସ ଭିତରେ ପ୍ରବେଶ କରିଥିଲେ ବୋଲି ସୂଚନା ମିଳିଛି I ପୂର୍ବତନ ଆଫଗାନିସ୍ତାନ କ୍ରିକେଟର ଅବଦୁଲ୍ଲା ଅବଦୁଲ୍ଲା ମଜାରି ମଧ୍ୟ ଟଙ୍କା ସହିତ ଯାଇଥିଲେ । ତେବେ ଏହି ପରିସ୍ଥିତିରେ ଦେଶ ର କ୍ରିକେଟ ଖେଳ କେବେ ସଙ୍କଟ ରେ ପଡିବ ନାହିଁ ନାହିଁ ବୋଲି ଆଫଗାନିସ୍ତାନ କ୍ରିକେଟ ବୋର୍ଡର ପ୍ରମୁଖ ଅଧିକାରୀ କହିଛନ୍ତି।

ଚଳିତ ସିଜିନ ରେ ତାଙ୍କ କ୍ରିକେଟ ଟିମ୍ ଟି-ଟ୍ୱେଣ୍ଟି ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଦେଶରେ ଥିବା ବିଭିନ୍ନ କ୍ରିକେଟ ଷ୍ଟାଡିୟମକୁ ତାଲିବାନ ନିଜ ନିୟନ୍ତ୍ରଣକୁ ନେଇଥିବା ରିପବ୍ଲିକ ଟିଭିର ଏକ ରିପୋର୍ଟରୁ ଜଣାପଡ଼ିଛି। ଏହି ସମୟ ରେ ଆଫଗାନିସ୍ତାନ କ୍ରିକେଟ ବୋର୍ଡର ସିଇଓ ହମିଦ ଶିନଓ୍ୱାରି କହିଛନ୍ତି ଯେ, ତାଲିବାନୀ କ୍ରିକେଟକୁ ସମର୍ଥନ କରନ୍ତି ,ତେଣୁ ଆଗାମୀ ଦିନରେ କ୍ରିକେଟ ପ୍ରଭାବିତ ହେବ ନାହିଁ। । ଆଫଗାନିସ୍ତାନ କ୍ରିକେଟର ଏବଂ ତାଙ୍କ ପରିବାର ସବୁ ପ୍ରକାର ସୁରକ୍ଷା ଦିଆଯିବ । କେବଳ ରସିଦ ଖାନ୍ ଏବଂ ମୁଜିବ ଉର ରେହମାନ ଏକ ଟୁର୍ଣ୍ଣାମେଣ୍ଟ ପାଇଁ ଇଂଲଣ୍ଡରେ ଅଛନ୍ତି । ବାକି ସମସ୍ତ ଖେଳାଳି ସୁରକ୍ଷିତ ରହିଛନ୍ତି ବୋଲି ହମିଦ କହିଥିଲେ।
ଅନ୍ୟପଟେ ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ଏସିବି) ଘରୋଇ ଟି-ଟ୍ୱେଣ୍ଟି ସିରିଜର ତାରିଖ ଘୋଷଣା କରିଛି। ସେପ୍ଟେମ୍ୱର ୧୦ରୁ ୨୫ ମଧ୍ୟରେ କ୍ରିକେଟ ଖେଳାଯିବ ବୋଲି ବୋର୍ଡ ଘୋଷଣା କରିଛି। ଏହି ମ୍ୟାଚ କାବୁଲ କ୍ରିକେଟ ଷ୍ଟାଡିୟମରେ ହେବ ବୋଲି ଘୋଷଣା ହୋଇଛି।
ଆୟୋଜିତ ହେବାକୁ ଥିବା ଘରୋଇ ଟି-ଟ୍ୱେଣ୍ଟି ମ୍ୟାଚରେ ଆଉ ଦୁଇଟି ଦଳ ସାମିଲ ହେବେ। ଏହାକୁ ମିଶାଇ ମୋଟ ଫ୍ରାଞ୍ଚାଇଜି ସଂଖ୍ୟା ଆଠକୁ ବୃଦ୍ଧି ପାଇଛି। ଏହା ଘରୋଇ ଲିଗର ଅଷ୍ଟମ ସଂସ୍କରଣ ବୋଲି ଟ୍ୱିଟ୍ କରି କହିଛି ଏସିବି। ସିଇଓ ହମିଦ ଏକ ବିବୃତ୍ତିରେ କହିଛନ୍ତି, ଏଥର ଏହି ସିରିଜ୍ ଦର୍ଶକ ଏବଂ ପ୍ରଶଂସକଙ୍କୁ ଏକ ନୂଆ ଅଭିଜ୍ଞତା ପ୍ରଦାନ କରିବ। ଏହା ଖେଳାଳିଙ୍କ ପାଇଁ ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ହେବ।

Leave A Reply

Your email address will not be published.