ଓଡିଶାରେ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ

909

କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଓଡିଶା ଗସ୍ତରେ ଆସୁଛନ୍ତି। ତାଙ୍କର ଏହି ଗସ୍ତ ସମୟରେ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ ପାଇଁ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥିତ ରେଳ ଅଡିଟୋରିୟମରେ ଏମଏସଏମଇ କାର୍ଯ୍ୟକ୍ରମରେ ପୂର୍ବାହ୍ନ 10ଟା୧୫ରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ।

ଅଶ୍ୱିନୀ ବୈଷ୍ଣବ ମଧ୍ୟ ସ୍ଥାନୀୟ ଉତ୍ପାଦ ପ୍ରସ୍ତୁତ କରୁଥିବା କଳାକାର ଓ ହସ୍ତଶିଳ୍ପି ମାନଙ୍କ ସହ ଯୋଗାଯୋଗ କରିବେ ଯାହା ସ୍ଥାନୀୟ ସମ୍ପ୍ରଦାୟ ଏବଂ ରେଳ ଉତ୍ସାହୀମାନଙ୍କ ପାଇଁ ଏକ ଉଲ୍ଲେଖନୀୟ ମୁହୂର୍ତ୍ତ ହେବ। 

ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ପାଇଁ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ଲୋକାଲ ଟ୍ରେନ୍‌ରେ ସ୍ୱଚ୍ଛତା ଅଭିଯାନରେ ନେତୃତ୍ୱ ନେବେ ଏବଂ ଭୁବନେଶ୍ୱରରୁ କଟକ ପର୍ଯ୍ୟନ୍ତ ଯାତ୍ରା କରିବେ। ଭୁବନେଶ୍ୱରରୁ ଏହି ଟ୍ରେନ ଅପରାହ୍ନ 02 ଘ.30 ମି.ରେ ଛାଡି କଟକ ଯାତ୍ରା କରିବ ଏବଂ ମାନ୍ୟବର ମନ୍ତ୍ରୀଙ୍କ ସହ ଯାତ୍ରୀ ମାନେ ଯୋଗାଯୋଗ କରିବାର ସୁଯୋଗ ପାଇବେ। ଶ୍ରୀ ବୈଷ୍ଣବ ସ୍ଵଚ୍ଛତା ଅଭିଯାନ ଏବଂ ଏହାର ମହତ୍ତ୍ୱ ବିଷୟରେ ଯାତ୍ରୀ ମାନଙ୍କୁ ସୂଚନା ପ୍ରଦାନ କରିବେ।
ବୈଷ୍ଣବ କଟକ ରେଳ ଷ୍ଟେସନରେ ସ୍ୱଚ୍ଛତା ଅଭିଯାନରେ ମଧ୍ୟ ଭାଗ ନେବେ।

ଏହି କାର୍ଯ୍ୟକ୍ରମ ରେଳ ବ୍ୟବସ୍ଥାର ଉନ୍ନତି ତଥା ଏହାର ଯାତ୍ରୀମାନଙ୍କ କଲ୍ୟାଣ ପାଇଁ ଶ୍ରୀ ବୈଷ୍ଣବଙ୍କ ପ୍ରତିବଦ୍ଧତାର ପ୍ରମାଣ ଅଟେ। ଆମ ରେଳ ବ୍ୟବସ୍ଥାରେ ସ୍ୱଚ୍ଛତାର ମହତ୍ତ୍ୱ ବିଷୟରେ ଆଲୋଚନା ଏବଂ ପ୍ରୋତ୍ସାହନ ଦେବା ପାଇଁ ବିଭିନ୍ନ ହିତାଧିକାରୀଙ୍କୁ ଏକତ୍ରିତ କରି ଏହା ଏକ ସୂଚନାଯୋଗ୍ୟ ଏବଂ ପ୍ରେରଣାଦାୟୀ ଘଟଣା ହେବ ବୋଲି ଆଶା କରାଯାଏ। ଏହା ସହିତ ଅପରାହ୍ନ 03 ଘଟିକାରେ କଟକ ରେଳ ଷ୍ଟେସନରେ ଶ୍ରୀ ବୈଷ୍ଣବ ଗଣମାଧ୍ୟମକୁ ସମ୍ବୋଧିତ କରିବେ। ଏହା ପରେ ଭୁବନେଶ୍ୱର ଫେରି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।

Comments are closed, but trackbacks and pingbacks are open.