ସାଇ ପଲ୍ଲବୀଙ୍କ ସହ ଡେବ୍ୟୁ କରିବେ ଅମୀର ଖାନଙ୍କ ପୁଅ

32

ବର୍ତ୍ତମାନ ବଲିଉଡରେ ସମସ୍ତ ଷ୍ଟାର କିଡ ପ୍ରବେଶ କରିବାର ପ୍ରଥା ଚାଲିଛି l ତେବେ ଏହି ପରିପ୍ରେକ୍ଷୀରେ ଖବର ଆସିଛି କି ଅମୀର ଖାନଙ୍କ ପୁଅ ଜୁନେଦ ଖାନ ମଧ୍ୟ ଖୁବ୍ ଶୀଘ୍ର ସିଲଭର ସ୍କ୍ରିନ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

ସାଉଥ ସିନେମାର ଜଣେ ନାମିଦାମୀ ଅଭିନେତ୍ରୀ ସାଇ ପଲ୍ଲବୀ ମଧ୍ୟ ବଲିଉଡରେ ପ୍ରବେଶ କରିବାକୁ ଯାଉଛନ୍ତି । ‘ମାରି ୨’, ‘ଫିଦ’, ‘ଗର୍ଗୀ’ ଭଳି ଅନେକ ହିଟ ଫିଲ୍ମ ପରେ ଅଭିନେତ୍ରୀ ସାଇ ପଲ୍ଲବୀ ହିନ୍ଦୀ ସିନେମାରେ ପାଦ ରଖିବାକୁ ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ । ତେବେ ସାଇ ପଲ୍ଲବୀଙ୍କ ହିନ୍ଦୀ ତଥା ବଲିଉଡ ଫିଲ୍ମରେ ଡେବ୍ୟୁ ସହ ଅମୀରଙ୍କ ପୁଅ ସିନେମା ଜଗତରେ ଡେବ୍ୟୁ କରିବେ l

ସୂଚନା ଅନୁଯାୟୀ, ସୁନୀଲ ପାଣ୍ଡେ ଏକ ରୋମାଣ୍ଟିକ ଚଳଚ୍ଚିତ୍ର କାହାଣୀର ନିର୍ଦ୍ଦେଶନା ଦାୟିତ୍ୱ ନେବାକୁ ଯାଉଛନ୍ତି । ତେବେ ଏଥିରେ ନଜର ଆସିବେ ସାଇ ଓ ଜୁନେଦ l ସାଇ ଏବଂ ଜୁନେଦଙ୍କ ଏହି ଚଳଚ୍ଚିତ୍ର ଏକ ପ୍ରେମ କାହାଣୀ ଭାବରେ ନିର୍ମିତ ହେବ ବୋଲି କୁହାଯାଉଛି । ୱାଇଆରଏଫ ରେ ପ୍ରଥମ ଚଳଚ୍ଚିତ୍ର ପରେ ଜୁନେଦ ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟରେ ମଧ୍ୟ୍ୟ କାମ କରିବେବୋଲି କୁହାଯାଇଛି । ବର୍ତ୍ତମାନ ସୁଦ୍ଧା ଏହି ଚଳଚ୍ଚିତ୍ର ବିଷୟରେ କୌଣସି ଅଫିସିଆଲ୍ ନିଶ୍ଚିତ ହୋଇନାହିଁ । କିନ୍ତୁ ଏହି ଖବର ବାହାରିବା ସହ ସାଇ ପଲ୍ଲବୀଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ହୋଇଛନ୍ତି । ହିନ୍ଦୀ ସିନେମାରେ ତାଙ୍କୁ ଏକ ନୂଆ ଶୈଳୀରେ ଦେଖିବାକୁ ପ୍ରଶଂସକମାନେ ଖୁବ ଆଗ୍ରହ ସହକାରେ ଅପେକ୍ଷା କରିଛନ୍ତି ।

Comments are closed, but trackbacks and pingbacks are open.