ଆଜି ହେଉଛି ରାଷ୍ଟ୍ର ହିନ୍ଦୀ ଦିବସ : କେବେଠୁ ଓ କାହିଁକି ପାଳନ ହୁଏ ଏହି ଦିବସ?

1,339

ହିନ୍ଦୀ କେବଳ ଏକ ଭାଷା ନୁହେଁ ଏହା ଆମ ପାଇଁ ଏକ ଭାବ l କାରଣ ହିନ୍ଦୀ ହେଉଛି ଆମର ରାଷ୍ଟ୍ର ଭାଷା । ତେଣୁ ଏହା ସହିତ ଭାରତର ପ୍ରତ୍ୟୋକ ନାଗରିକର ଭାବନା ଜଡିତ l

ଆଜି ହେଉଛି ସେପ୍ଟେମ୍ବର ୧୪ ଯାହାକି ରାଷ୍ଟ୍ରୀୟ ହିନ୍ଦୀ ଦିବସ ଭାବରେ ଜଣାଯାଏ । ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର l ଏଥି ଅନେକ ଧର୍ମ ଅନେକ ଜାତିର ଲୋକେ ବାସ କରନ୍ତି l ତେଣୁ ଭାରତରେ ଅନେକ ଭାଷାରେ ଲୋକମାନେ କଥାବାର୍ତ୍ତା କରନ୍ତି । ସେଥିମଧ୍ୟରୁ ହିନ୍ଦୀ ଭାଷାବାସି ଦେଶର ଅଧିକାଂଶ ରାଜ୍ୟରେ ଦେଖିବାକୁ ମିଳିଛନ୍ତି l

ଇତିହାସ :

ପ୍ରତିବର୍ଷ ସେପ୍ଟେମ୍ବର ୧୪ ତାରିଖରେ ସାରା ଦେଶବ୍ୟାପି ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳନ କରାଯାଏ l ପ୍ରଥମ ଥର ପାଇଁ ୧୯୫୩ ମସିହାରେ ରାଷ୍ଟ୍ରଭାଷା ପ୍ରଚାର ସମିତିର ପ୍ରସ୍ତବରେ ଏହି ଦିବସର ପାଳନ ଆରମ୍ଭ ହୋଇଥିଲା l

ଏହା ବ୍ୟତୀତ ଏହି ୧୪ ସେପ୍ଟେମ୍ବର ୧୯୪୯ ମସିହାରେ ସମ୍ବିଧାନରେ ଭାରତର ରାଷ୍ଟ୍ର ଭାଷା ଭାବେ ହିନ୍ଦୀକୁ ମାନ୍ୟତା ଦିଆଯାଇଥିଲା l ତେଣୁ ଏହି ଦିବସକୁ ମାନେ ପକେଇବା ପାଇଁ ମଧ୍ୟ ୧୪ ସେପ୍ଟେମ୍ବର ରେ ହିନ୍ଦୀ ଦିବସ ପାଳନ କରାଯାଏ l

କାହିଁକି ସେପ୍ଟେମ୍ବର ୧୪?

ପ୍ରତ୍ୟୋକ ବର୍ଷ ସେପ୍ଟେମ୍ବର ୧୪ ତାରିଖରେ ହିନ୍ଦୀ ଦିବସ ପାଳନ କରାଯାଉଛି l ଏହି ଦିନ ମହାନ ହିନ୍ଦୀ କବି ରାଜେନ୍ଦ୍ର ସିଂ ଙ୍କର ଜୟନ୍ତୀ l ସେଥିପାଇଁ ତାଙ୍କ ସ୍ମରଣରେ ଏହି ଦିନଟିକୁ ହିନ୍ଦୀ ଦିବସର ମାନ୍ୟତା ପ୍ରଦାନ କରାଯାଇଛି l

ହିନ୍ଦୀ ଦିବସ ପାଳନ କରିବାର ଉଦେଶ୍ୟ :

ହିନ୍ଦୀ ହେଉଛି ଆମର ରାଷ୍ଟ୍ରଭାଷା l ତେଣୁ ଏହି ରାଷ୍ଟ୍ରଭାଷା ହିନ୍ଦୀର ପ୍ରଚାର ପ୍ରସାର ତଥା ଏହାର ମହତ୍ୱ ବଜାୟ ରଖିବା ନିମନ୍ତେ ସମଗ୍ର ଦେଶରେ ଆଜିକା ଦିନରେ ସବୁବର୍ଷ ହିନ୍ଦୀ ଦିବସ ପାଳନ କରାଯାଉଛି l ହିନ୍ଦୀ କେବଳ ଭରାତବାସୀ ନୁହେଁ ବରଂ ନ୍ୟୁଜିଲାଣ୍ଡ, ମରିସସ, ସିଙ୍ଗାପୁର ଭଳି ଅନେକ ଦେଶର କେତେକାଂଶ ଲୋକ ମଧ୍ୟ ବ୍ୟବହାର କରନ୍ତି l ତେଣୁ ହିନ୍ଦୀ ଭାଷାକୁ ସାରା ବିଶ୍ୱ ଦରବାରରେ ପ୍ରଚାର ପ୍ରସାର କରି ଏହି ଭାଷାର ମହତ୍ୱ ବଢାଇବା ହେଉଛି ଏହି ଦିବସର ମୁଳ ଲକ୍ଷ୍ୟ l

Comments are closed, but trackbacks and pingbacks are open.