ଉତ୍ତରପ୍ରଦେଶ ସରକାର ଙ୍କ ଗୁରୁତ୍ତ୍ୱପୂର୍ଣ ଘୋଷଣା

27

ଉତ୍ତର ପ୍ରଦେଶ ର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାରଦିନ ତାଙ୍କ ବିଧାନ ସଭା ରେ ଏକ ବଡ ଘୋଷଣା କରି କହିଛନ୍ତି କି, ସରକାର ମାଫିଆ ମାନଙ୍କ ଠାରୁ ଯେଉଁ ଜମି ସବୁ ଜବତ କରିଛନ୍ତି ତାହା ଗରିବ ଦଳିତ ଶ୍ରେଣୀ ର ଲୋକମାନଙ୍କ ପାଇଁ ବାସଗୃହ ନିର୍ମାଣ କରାଯିବ I ଏହା ସହିତ ଏକ ହଜାର ଯୋଗ୍ୟ ଯୁବକଙ୍କୁ ତାଙ୍କ ଉଚ୍ଚ ଶିକ୍ଷା ପାଇଁ ଟାବଲେଟ ଓ ଲାପଟପ ମଧ୍ୟ ଦିଆଯିବ I ଏକ କୋଟି ଯୁବକଙ୍କୁ ସ୍ମାର୍ଟ ଫୋନ ଦିଆଯିବ ବୋଲି ମଧ୍ୟ କହିଛନ୍ତି ସେଥିପାଇଁ ତିନି ହଜାର କୋଟି ର ପାଣ୍ଠି ରୁ ଯୁବକ ମାନଙ୍କ ପାଇଁ ଏକ ହଜାର କୋଟି ଖର୍ଚ କରାଯିବ I ଏହା ସହିତ ସେ ଆହୁରି କହିଛନ୍ତି କି ଯେଉଁ ଯୋଗ୍ୟ ପ୍ରାର୍ଥୀ ମାନେ ତିନି ପ୍ରକାର ଉଚ୍ଚଶିକ୍ଷା ପାଇଁ ଏଣ୍ଟ୍ରାନ୍ସ ଦେବେ ସେମାଙ୍କୁ ଭତ୍ତା ଦିଆଯିବ I
ମୁଖ୍ୟମନ୍ତ୍ରୀ ଯୋଗୀ ସରକାରୀ କର୍ମଚାରୀ ଏବଂ ପେନସନ ଧାରୀ ମାନଙ୍କର ମହଂଗା ଭତ୍ତା ବଢାଇବା ପାଇଁ ଘୋଷଣା କରିଛନ୍ତି I ସେ କହିଛନ୍ତି ୧ ଜୁଲାଇ ରୁ କର୍ମଚାରୀ ମାନଙ୍କ ପାଇଁ 28% ବକେୟା ବଢିବା ସହିତ DA ମଧ୍ୟ ମିଳିବ I ଏହାବIଦ ଓକିଲ ମାନଙ୍କୁ ସାମାଜିକ ସୁରକ୍ଷା କାରଣ ରୁ ୧.୫ ଲକ୍ଷ ମିଳୁଥିଲା, ତାହା ଏବେ ୫ ଲକ୍ଷ କୁ ବୃଦ୍ଧି କରାଗଲା I ଯୋଗୀ ସରକାର ନିରାଶ୍ରିତ ମହିଳା ମାନଙ୍କ ପାଇଁ ମଧ୍ୟ ଖୂବ ଶୀଘ୍ର ଯୋଜନା ଆଣୁଛନ୍ତି I
ଯୋଗୀ ସରକାର ବିଧାନ ସଭା ରେ ବିରୋଧୀ ଦଳ ଙ୍କୁ ମଧ୍ୟ କଡା ସମାଲୋଚନା କରି କହିଛନ୍ତି କି ଦିନ ଥିଲା ଯେଉଁ ମାନେ ଆଯୋଦ୍ଧ୍ୟା ମାଟି କୁ ଆଡ ଆଖି ରେ ଚାହୁଁ ନ ଥିଲେ ସେମାନେ ଆଜି ଶ୍ରୀରାମ ଙ୍କ ବଡ ଭକ୍ତ ବୋଲି ଚିତ୍କାର କରୁଛନ୍ତି I ଏପରିକି ବ୍ରଜ ବାସିନ୍ଦା ମାନେ ରାମ ,କୃଷ୍ଣଙ୍କୁ ସାମ୍ପ୍ରଦାୟିକତା ଆଖ୍ୟା ଦେଇ କଂସ ର ମୂର୍ତି କୁ ସ୍ଥାପନ ପାଇଁ ଜୋର ଦେଉଥିଲେ ସେହିମାନେ ଆଜି କହୁଛନ୍ତି କି ଆମେ ବି ଧାର୍ମିକ I ଏମିତିକି କୁମ୍ଭ ମେଳା କୁ ମଧ୍ୟ ସେଠାରେ ବିରୋଧ କରାଯାଉଥିଲା I

Leave A Reply

Your email address will not be published.