ଜି -୨୦ ସମ୍ମିଳନୀରେ ଯୋଗ ଦେବେ ଅଦାନୀ ଓ ଅମ୍ବାନୀ

51

ଶନିବାର ତଥା ଆସନ୍ତାକାଲି ଭାରତ ଅଧ୍ୟକ୍ଷତାରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି ଜି -୨୦ ସମ୍ମିଳନୀ l ଏହି ଜି -୨୦ ଶିଖର ସମ୍ମିଳନୀରେ ଅନେକ ଦେଶର ରାଷ୍ଟ୍ରମୁଖ୍ୟମାନେ ଯୋଗ ଦେବେ l ଏହି ସମ୍ମିଳନୀରେ ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଭାରତର ଏହି ଦୁଇ ଧନୀ ବ୍ୟକ୍ତିତ୍ୱ ଜି -୨୦ ସମ୍ମିଳନୀରେ ଅନ୍ୟାନ୍ୟ ନେତାଙ୍କ ସହ ଯୋଗଦେବେ । ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥିତି ପ୍ରଦର୍ଶନ କରିବ ।

ଏହି ରାତ୍ରୀ ଭୋଜନ ପାଇଁ ପ୍ରାୟ ୫୦୦ ବ୍ୟବସାୟିକ ବ୍ୟକ୍ତିତ୍ୱଙ୍କୁ ନିମନ୍ତ୍ରଣ ପଠାଯାଇଛି । ଅଦାନୀ ଓ ଅମ୍ବାନୀଙ୍କ ସହ ଅନ୍ୟ ଭାରତୀୟ ସେଲିବ୍ରିଟିଙ୍କ ମଧ୍ୟରେ ଟାଟା ସନ୍ସ ଚେୟାରମ୍ୟାନ୍‌ ଏନ ଚନ୍ଦ୍ରଶେଖରନ୍‌, ବିଲିୟନେୟାର କୁମାର ମଙ୍ଗଲମ୍‌ ବିର୍ଲା, ଭାରତ ଏୟାରଟେଲ୍‌ ପ୍ରତିଷ୍ଠାତା-ଅଧ୍ୟକ୍ଷ ସୁନୀଲ ମିତ୍ତଲ ଅଛନ୍ତି ବୋଲି ଜଣା ପଡିଛି ।

ଖବର ଅନୁଯାୟୀ ନୂଆଦିଲ୍ଲୀରେ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ, ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ, ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ, କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏବଂ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା ଯୋଗଦେବେ ବୋଲି ଆଶା କରାଯାଉଛି ।

Comments are closed, but trackbacks and pingbacks are open.