ରିଲିଜ ହେଲା କିଙ୍ଗ ଖାନଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଜୱାନ୍‌’

705

ଅପେକ୍ଷାର ଅନ୍ତ ଘଟିଛି l ଫ୍ୟାନ୍ସ ମାନଙ୍କ ପାଇଁ ଖୁବ ଖୁସି ଖବର l ବଲିଉଡ୍‌ କିଙ୍ଗ୍‌ ଖାନ୍‌ ଶାହରୁଖଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଜୱାନ୍‌’ ରିଲିଜ୍‌ ହୋଇଛି । ଆଜି ତଥା ସେପ୍ଟେମ୍ବର ୭ ତାରିଖରେ ୫ ହଜାରରୁ ବି ଅଧିକ ଫିଲ୍ମ ହଲରେ ରିଲିଜ ହେଇସାରିଛି ଏହି ଫିଲ୍ମ l ପ୍ରଥମ ଥର ପାଇଁ ରାତି ୨ଟାରୁ କୌଣସି ବଲିଉଡ୍ ଫିଲ୍ମ ରିଲିଜ୍ ହୋଇଛି । ଆଉ ତାକୁ ଦେଖିବାକୁ ବି ହାଉସଫୁଲ୍ । ଭୁବନେଶ୍ୱରରେ ପ୍ରଥମ ଶୋ’ ସକାଳ ୬ଟାରୁ ଆରମ୍ଭ ହୋଇଛି l ସକାଳ ୬ଟାରୁ ଶୋ’ ଦେଖିବା ପାଇଁ ମଧ୍ୟ ଦର୍ଶକଙ୍କ ଖଚାଖଚ୍ ଭିଡ଼ ଦେଖିବାକୁ ମିଳିଥିଲା । ଏପରି ଲାଗୁଥିଲା ଶାହରୁଖ ଓ ନୟନତାରାଙ୍କ ରୋମାନ୍ସ, ବିଜୟ ସେତୁପତିଙ୍କ ଆକ୍ସନ ଏବଂ ଅନିରୁଦ୍ଧଙ୍କ ମ୍ୟୁଜିକରେ ସତେ ଯେମିତି ଫ୍ୟାନ୍ସମାନେ ପୁରା ଦିୱାନା ହୋଇଯାଇଛନ୍ତି ।

ସତ କଥା ହେଲା ବାଦ୍‌ଶାହାଙ୍କ ଜଲ୍‌ୱାରେ ଦିୱାନା ସାରା ଭାରତ । କେବଳ ଭାରତ କାହିଁକି ଭାରତ ଭରେ ମଧ୍ୟ କିଙ୍ଗ ଖାନଙ୍କ ଫ୍ୟାନ୍ସ ଭାରି ରଖିଛନ୍ତି l ପଠାନରୁ ପରେ ପୁଣି ଥରେ ‘ଜୱାନ୍‌’ରେ ଶାହରୁଖଙ୍କ ଜଲୱା ଦେଖିବାକୁ ମିଳିଛି l ରାତି ୨ଟାରୁ ଦେଶର ଏକାଧିକ ସିନେମା ହଲ୍‌ରେ ଦର୍ଶକଙ୍କ ଖଚାଖଚ୍‌ ଭିଡ଼ ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ କୌଣସି ବଲିଉଡ୍ ଫିଲ୍ମର ଶୋ’ ଏତେ ଶୀଘ୍ର ରିଲିଜ୍ ହୋଇଛି। ଏହାପୂର୍ବରୁ KGF ଏବଂ RRR ପାଇଁ ଏମିତି କ୍ରେଜ୍ ଦେଖିବାକୁ ମିଳିଥିଲା। କିନ୍ତୁ କିଙ୍ଗ ଖାନଙ୍କ ଫିଲ୍ମର ପ୍ରଭାବ ଦେଖି ଲାଗୁଚି ସେ ସମସ୍ତ ରେକର୍ଡ଼ ସେ କାଟିଦେବେ l

ହିନ୍ଦୀ, ତାମିଲ, ତେଲୁଗୁ ଭଳି ୫ଟି ଭାଷାରେ ୱାଲଡ୍ ୱାଇଡ୍ ଫିଲ୍ମ ‘ଜୱାନ୍‌’ ରିଲିଜ୍ ହୋଇଛି । ସାରା ଦେଶର ମଲଟି ପ୍ଲେକ୍ସ ଓ ସିଙ୍ଗଲ୍‌ ସ୍କ୍ରିନକୁ ମିଶାଇ ୫ ହଜାରରୁ ଅଧିକ ଥିଏଟରରେ ‘ଜୱାନ୍‌’ ରିଲିଜ୍ ହୋଇଛି । ପ୍ରଥମ ଦିନରେ ଆଡଭାନ୍ସ ବୁକିଂ ୧୦ ଲକ୍ଷ ମାର୍କକୁ ଟପିଛି । ପଠାନ ପ୍ରଥମ ଦିନରେ ୩୬ କୋଟି ଇନ୍‌କମ୍ କରିଥିବା ବେଳେ ଜୱାନର ଆଡଭାନ୍ସ ବୁକିଂକୁ ଦେଖିଲେ ଲାଗୁଛି ପ୍ରଥମ ଦିନରେ ୫୦ କୋଟିରୁ ଅଧିକ ଆୟ କରିପାରେ ।

ରିଲିଜ୍‌ ପୂର୍ବରୁ ହିଁ ଶାହରୁଖଙ୍କ ସିନେମା ‘ଜୱାନ୍’ ଅନେକ ରେକର୍ଡ କରିଛି । ପ୍ରଥମ ଥର ପାଇଁ ଦକ୍ଷିଣ ଭାରତୀୟ ନିର୍ଦ୍ଦେଶକ ଓ ଭିଲିଏନଙ୍କ ସହ ଫିଲ୍ମ କରିଛନ୍ତି । ଏହାସହ ଗୋଟିଏ ସିନେମାରେ ୫ଟି ଲୁକ୍ ଓ ପୁଣି ଥରେ ଡବଲ୍ ରୋଲ୍‌ରେ ନଜର ଆସିଛନ୍ତି ବାଦ୍‌ଶାହା l ଏଥିସହ ସାଉଥ୍ ସେନ୍‌ସେସନ୍ ନୟନତାରାଙ୍କ ସହ ପ୍ରଥମଥର ପାଇଁ ଅନସ୍କ୍ରିନ୍ ରୋମାନ୍ସ କରିଛନ୍ତି ଶାହରୁଖ । ଖାଲି ସେତିକି କାହିଁକି ବରଂ ନେଗେଟିଭ୍ ଚରିତ୍ରରେ ସାଉଥ ସୁପରଷ୍ଟାର ବିଜୟ ଥାଲାପତି ନଜର ଆସିଛନ୍ତି । ଅନିରୁଦ୍ଧ ଏଥର ବି ନିଜ ମ୍ୟୁଜିକରେ ଦିୱାନା ଦେଖାଇଛନ୍ତି l ଆଉ ଅଟଲିଙ୍କ ନିର୍ଦ୍ଦେଶନା ଫିଲ୍ମର ଏକ୍ସାଇଟମେଣ୍ଟ ବଢ଼ାଇଛି l ବଲିଉଡର ଗୋଟିଏ ପରେ ଗୋଟିଏ ଫିଲ୍ମ ଫ୍ଲପ୍ ହେବା ପରେ ଏହି ଟ୍ରେଣ୍ଡ୍‌କୁ ଭା

Comments are closed, but trackbacks and pingbacks are open.