ଉତକ୍ଷେପଣ ହେଲା ଜାପାନର ଚନ୍ଦ୍ରଯାନ

29

ଗୁରୁବାର ତଥା ଆଜି ସକାଳେ ଜାପାନ ଜାତୀୟ ମହାକାଶ ଏଜେନ୍ସିର ଚନ୍ଦ୍ର ଲ୍ୟାଣ୍ଡରକୁ ନେଇ ଏଚ-୨-ଏ ରକେଟ ଉତକ୍ଷେପଣ କରିଛି। ଗତ ମାସରେ ଖରାପ ପାଗ ଯୋଗୁ ସପ୍ତାହରେ ତିନିଥର ମିଶନକୁ ସ୍ଥଗିତ ରଖିବା ପରେ ଜାପାନ ଶେଷରେ ଏହା କରିବାରେ ସଫଳ ଆଜି ହୋଇଛି ।

ନ୍ୟୁଜ ଏଜେନ୍ସି ରଏଟର୍ସ ଅନୁଯାୟୀ ଜାପାନ ଏରୋସ୍ପେସ ଏକ୍ସପ୍ଲୋରେଶନ ଏଜେନ୍ସି (ଜାକ୍ସା) କହିଛି ଏହି ରକେଟ ଦକ୍ଷିଣ ଜାପାନର ତାନେଗାସିମା ସ୍ପେସ ସେଣ୍ଟରରୁ ଉଡ଼ାଣ ଭରିଛି । ଦୀର୍ଘ ଦିନ ଧରି ଜାପାନ ଏହାର ଚନ୍ଦ୍ର ମିଶନରେ କାର୍ଯ୍ୟ କରିଆସୁ ଥିଲା । ଜାପାନର ଚନ୍ଦ୍ର ମିଶନରେ ଅନେକ ଜିନିଷ ଜଡିତ। ଏହି ମିଶନ ଅଧୀନରେ ସ୍ମାର୍ଟ ଲ୍ୟାଣ୍ଡରକୁ ଚନ୍ଦ୍ର ଉପରେ ଅନୁସନ୍ଧାନ କରିବାକୁ ଅବତରଣ କରିବାକୁ ପଡିବ । ଜାପାନ ଏରୋସ୍ପେସ ଏକ୍ସପ୍ଲୋରେସନ ଏଜେନ୍ସି ଏହାକୁ ଏଚ-୨-ଏ ରକେଟ ମାଧ୍ୟମରେ ଚନ୍ଦ୍ରକୁ ପଠାଉଛି ।

ଏଥିରେ ଉଚ୍ଚ ଟେକ୍ନୋଲୋଜି ବ୍ୟବହୃତ ହୋଇଛି । ଏଥିରେ ହାଇ ଟେକ୍ନୋଲୋଜି କ୍ୟାମେରା ଲଗାଯାଇଛି, ଯାହା ଚନ୍ଦ୍ର ସମ୍ପର୍କରେ ତଥ୍ୟ ସଂଗ୍ରହ କାମ କରିବ । ଏହାର ଚନ୍ଦ୍ର ଅବତରଣ ଆସନ୍ତା ବର୍ଷ ଅର୍ଥାତ ୨୦୨୪ ଆରମ୍ଭରେ ଧାର୍ଯ୍ୟ କରାଯାଇଛି। ତେବେ ସ୍ମାର୍ଟ ଲ୍ୟାଣ୍ଡାର ସହ ଏଚ-୨-ଏ ରୋକେଟ ଏକ ସାଟେଲାଇଟ ମଧ୍ୟ ଧାରଣ କରିଛି ଯାହା ଜାପାନ ସ୍ପେସ ଏଜେନ୍ସି(ଜାକ୍ସା) ନାସା ଓ ୟୁରୋପିଆନ ସ୍ପେସ ଏଜେନ୍ସି ସହ ମିଳିତ ଭାବେ ତିଆରି କରିଛି l

Comments are closed, but trackbacks and pingbacks are open.