ଆଜି ନେପାଳକୁ ଭେଟିବ ଟିମ ଇଣ୍ଡିଆ

374

ଚଳିତ ଏସିଆ କପ୍‌ କ୍ରିକେଟ୍‌ରେ ଆଜି ଭାରତ ପଡୋଶୀ ଦେଶ ନେପାଳ ସହ ମୁଁହାମୁହିଁ ହେବାକୁ ଯାଉଛି । ଦୁଇ ଦଳ ପାଇଁ ଏହି ମ୍ୟାଚ ଖୁବ ଗୁରୁତ୍ଵପୂର୍ଣ୍ଣ ରହିବ । ଆଜି ଦିନ ୩ଟାରେ ପଲ୍ଲେକେଲେ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ l ଏହା ଭାରତର ୨୦୨୩ ଏସିଆ କପରେ ଦ୍ଵିତୀୟ ମ୍ୟାଚ ହେବ l ଏହା ପୂର୍ବରୁ ଶନିବାର ଦିନ ଭାରତ ପାକିସ୍ତାନକୁ ଭେଟିଥିଲା l ତେବେ ପାକିସ୍ତାନ ବିପକ୍ଷ ମ୍ୟାଚ ବାତିଲ ଯୋଗୁଁ ଭାରତ ମାତ୍ର ଗୋଟିଏ ପଏଣ୍ଟ ପାଇଥିବାରୁ ଏହି ମ୍ୟାଚ୍ ଭାରତ ପାଇଁ କର ବା ମର ଭଳି ପରିସ୍ଥିତି ସୃଷ୍ଟି କରିଛି । କିନ୍ତୁ ଆଜି ମଧ୍ୟ ବର୍ଷା ବାଧା ସୃଷ୍ଟି କରି ପରେ ବୋଲି ସନ୍ଦେହ କରାଯାଉଛି l

ତେବେ ଏହି ମ୍ୟାଚ୍‌ ଭାରତ ପାଇଁ ଜିତିବା ଅତ୍ୟନ୍ତ ଜରୁରୀ । ଯଦି ନେପାଳ କିଛି ଚମତ୍କାର କରେ ତେବେ ଭାରତ ଏସିଆ କପରୁ ବାଦ ପଡ଼ିବ । ପାକିସ୍ତାନ ବିପକ୍ଷ ମ୍ୟାଚରେ ବିରାଟ ଓ ରୋହିତ କିଛି କମାଲ କରି ପାରି ନଥିଲେ । ଏପରିକି ଭାରତୀୟ ବୋଲର ଏସିଆ କରେ ଗୋଟିଏ ବି ବଲ୍‌ ବୋଲିଂ କରିବାର ସୁଯୋଗ ଏଯାଏଁ ପାଇ ନାହାନ୍ତି ।

ନେପାଳ ପ୍ରଥମ ମ୍ୟାଚ୍ ପାକିସ୍ତାନଠୁ ୨୩୮ ରନ୍‌ରେ ପରାସ୍ତ ହୋଇଥିବା ବେଳେ ଭାରତର ପ୍ରଥମ ମ୍ୟାଚ ପାକିସ୍ତାନ ସହ ବାତିଲ ହୋଇଛି । ଆଜି ନେପାଳ ବିପକ୍ଷରେ ରୋହିତ ଶର୍ମା, ବିରାଟ କୋହଲି, ଶୁବମନ ଗିଲ୍‌, ଶ୍ରେୟସ ଆୟରଙ୍କ ବ୍ୟାଟରୁ ରନ୍‌ ବାହାରିବାର ଆବଶ୍ୟକତା ରହିଛି । ସେହିପରି ନେପାଳର ଲେଗ୍‌ସ୍ପିନର୍‌ ସନ୍ଦୀପ ଲାମିଚାନ୍‌ ଏବଂ ଅଧିନାୟକ ରୋହିତ ପୌଡ଼ଲ୍‌ଙ୍କ ବୋଲିଂ ଭାରତ ପାଇଁ ଆହ୍ବାନ ଆଣିପାରେ ।

ଆଜି ଭାରତ ପକ୍ଷରୁ ଖେଳିବାକୁ ଥିବା ଖେଳାଳିମାନେ ହେଲେ ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର୍‌, ଈଶାନ କିଶନ (ୱିକେଟରକ୍ଷକ), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଶାର୍ଦୁଳ ଠାକୁର, କୁଲଦୀପ ଯାଦବ, ପ୍ରସିଦ୍ଧ କୃଷ୍ଣ, ମହମ୍ମଦ ସିରାଜ l

ସେହିପରି ନେପାଳ ପକ୍ଷରୁ ଖେଳିବାକୁ ଥିବା ଖେଳାଳିମାନେ ହେଲେ କୁଶାଲ ଭୁର୍ତେଲ, ଆସିଫ୍‌ ସେଖ୍‌ (ୱିକେଟରକ୍ଷକ), ରୋହିତ ପୌଡ଼ଲ୍‌ (ଅଧିନାୟକ), ଆରିଫ୍ ସେଖ୍‌, ସୋମପାଲ କାମି, ଦୀପେନ୍ଦ୍ର ସିଂହ ଏରେସ୍‌, ଗୁଲସାନ୍‌ ଝା, କୁଶାଲ ମଲ୍ଲ, କରଣ କେସି, ସନ୍ଦୀପ ଲାମଚାନ୍‌, ଲଳିତ ରାଜବଂଶୀ l

Comments are closed, but trackbacks and pingbacks are open.