ଜ୍ୟାକଲିନଙ୍କ ମନ ରଖିଲେ ସୁକେଶ

33

ମୁମ୍ବାଇ: ୨୦୦ କୋଟି ମନି ଲଣ୍ଡ୍ରିଂ କେସରେ ଜେଲରେ ଠକ ସୁକେଶ ଚନ୍ଦ୍ରଶେଖର ଦଣ୍ଡ ଭୋଗୁଛି । ଇତି ମଧ୍ୟରେ ସୁକେଶ ତାଙ୍କ ପ୍ରେମିକା ତଥା ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ମନ ରଖିବା ପାଇଁ ଉଦ୍ୟମ ଚଳାଇଛନ୍ତି । ଜ୍ୟାକଲିନ ପଶୁପ୍ରେମୀ ହୋଇଥିବାରୁ ସେ ତାଙ୍କ ପାଇଁ ଏକ ପଶୁ ଡାକ୍ତରଖାନା କରିବା ପାଇଁ ନିଷ୍ପତି ନେଇଛନ୍ତି ।

ଏକ ପତ୍ର ମାଧ୍ୟମରେ ସେ ଏ ସମ୍ପର୍କରେ ତାଙ୍କ ପ୍ରେମିକାଙ୍କୁ ଜଣାଇଛନ୍ତି । ୨୫,୦୦୦ ବର୍ଗ ଫୁଟ ଅଂଚଳରେ ଏହାକୁ ୨୫ କୋଟି ବ୍ୟୟରେ ନିର୍ମାଣ କରାଯିବ । ୧୧ ସେପ୍ଟମ୍ବର ୨୦୨୩ରୁ ମୋ ଟିମ ଏହାର କାର୍ଯ୍ୟ ଆରମ୍ଭ କରିବେ ବୋଲି ସୁକେଶ କହିଛନ୍ତି । ଆସନ୍ତା ବର୍ଷ ଜ୍ୟାକଲିନଙ୍କ ଜନ୍ମ ତାରିଖ ୧୧ ଅଗଷ୍ଟରେ ଏହି ଡାକ୍ତରଖାନା କାର୍ଯ୍ୟକ୍ଷମ ହେବ ।

ସାଉଥ ଇଣ୍ଡିଆ ଓ ୟୁଏଇର ପ୍ରମୁଖ କନଷ୍ଟ୍ରକସନ ଫାର୍ମକୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ବିନା ଫିସରେ ଦେଶର ପରିଚିତ ପଶୁ ଡାକ୍ତର ଏଠାରେ ଚିକିତ୍ସା ପ୍ରଦାନ କରିବେ । ସୁକେଶ ୫୨ ଲକ୍ଷର ଆରବୀ ଘୋଡା ଓ ୯ ଲକ୍ଷ ଲେଖାଁଏ ମୂଲ୍ୟର ୩ଟି ପାର୍ଶିଆନ ବିଲେଇ ଜ୍ୟାକଲିନଙ୍କୁ ଉପହାର ବାବଦକୁ ଦେଇଛନ୍ତି । ଆମେ ବିବାହ କରିବା ପାଇଁ ନିଷ୍ପତି ନେଇ ସାରିଥିବା ବେଳେ ମୁଁ ଗିରଫ ହୋଇଗଲି ବୋଲି ସୁକେଶ କହିଛନ୍ତି ।

Comments are closed, but trackbacks and pingbacks are open.