ଭୁବନେଶ୍ୱର ରେଳ ଷ୍ଟେସନରୁ ବିପୁଳ ପରିମାଣର ଗୋମାଂସ ଜବତ

548

ଭୁବନେଶ୍ୱର: ଭୁବନେଶ୍ୱର ରେଳଷ୍ଟେସନରୁ ଚାଲାଣ ହେଉଥିଲା ଗୋମାଂସ । ରେଳଷ୍ଟେସନରୁ ଗୋମାଂସର ଅନେକ ପ୍ୟାକେଟ୍ ଜବତ କରିଛି ରେଳବାଇ ପୋଲିସ । ଏସବୁ ଗୋମାଂସକୁ ପ୍ୟାକେଟ କରି ଟ୍ରେନରେ ସିକନ୍ଦରାବାଦକୁ ପଠାଯାଉଥିଲା । ଜିଆରପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ପ୍ୟାକେଟକୁ ଜବତ କରିଛି ।

ମିଳିଥିବା ସୂଚନା ଅନୁଯାୟୀ କଟକ ନିଆଳି ଅଞ୍ଚଳରୁ ପାଖାପାଖି ୪୦ଟି ଗୋମାଂସ ପ୍ୟାକେଟ ନେଇ କିଛି ଲୋକେ ଭୁବନେଶ୍ୱର ରେଳ ଷ୍ଟେସନରେ ଆସି ପହଞ୍ଚିଥିଲେ । ଏହି ପ୍ୟାକେଟଗୁଡିକୁ ବିଶାଖା ଟ୍ରେନରେ ସିକନ୍ଦରାବାଦ ପଠାଯିବାର ଯୋଜନା ଥିଲା । ଏ ନେଇ ଗୋସେବା ପରିଷଦ ପକ୍ଷରୁ ଜିଆରପି ପୋଲିସକୁ ଖବର ଦିଆଯାଇଥିଲା । ଏହାପରେ ଜିଆରପି ପୋଲିସ ଓ ଆରପିଏଫ୍ ମିଳିତ ଭାବେ ପ୍ୟାକେଟଗୁଡିକୁ ଜବତ କରିଥିଲେ । ସେଠାରୁ ଜବତ କରାଯାଇଥାଲା l ଏହାପରେ ସେଥିରେ ଗୋମାଂସ ଥିବା ଜଣାପଡିଥିଲା ।

ଏହି ଘଟଣାରେ ପୋଲିସ ଏବେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି l ବ୍ୟକ୍ତି ଜଣକୁ ଏବେ ପଚରାଉଚରା କରୁଛି ପୋଲିସ । ଏହି ପଚରାଉଚରା ପରେ ଅଧିକ କିଛି ତଥ୍ୟ ସାମ୍ନାକୁ ଆସିପାରେ ନେଇ ଆଶା କରାଯାଉଛି l ତେବେ ଏହି ଘଟଣାର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି , ଆଉ କେଉଁ ମାନେ ଏଥିରେ ସାମିଲ ରହିଛନ୍ତି , ସେ ନେଇ ପୋଲିସ ଛାନଭିନ୍ ଆରମ୍ଭ କରିଦେଇଛି ।

Comments are closed, but trackbacks and pingbacks are open.