OSSC ପ୍ରଶ୍ନପତ୍ର ଲିକ୍‌ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ

189

ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନ (OSSC) ଜୁନିଅର ଇଂଜିନିୟର (ସିଭିଲ) ପ୍ରଶ୍ନପତ୍ର ଲିକ୍ ମାମଲାର ତଦନ୍ତ କରିବ କ୍ରାଇମ୍‌ ବ୍ରାଞ୍ଚ। ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଜଣେ DIG କିମ୍ବା ଉପର ସ୍ତରର ବରିଷ୍ଠ ପୁଲିସ ଅଧିକାରୀଙ୍କ ତତ୍ତ୍ୱାବଧାନରେ ତଦନ୍ତ କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି।

ସରକାରୀ ପ୍ରେସ ପରିବର୍ତ୍ତେ କୋଲକାତାର ଏକ ଘରୋଇ ପ୍ରେସରେ ପ୍ରଶ୍ନପତ୍ର ଛପାଯିବାକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। କୋଲକାତାର ଘରୋଇ ପ୍ରେସରେ ପ୍ରଶ୍ନପତ୍ର ଛପାଯିବାରେ କୌଣସି ସରକାରୀ ଅଧିକାରୀଙ୍କ ଭୂମିକା ଅଛି ନା ନାହିଁ, ସେ ନେଇ ତଦନ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏହି ସ୍କାମରେ ଆନ୍ତଃରାଜ୍ୟ ରାକେଟର ସମ୍ପୃକ୍ତିର ତଦନ୍ତ ହେବ। ତେବେ OSSC ପକ୍ଷରୁ ମେନ୍ ପରୀକ୍ଷା ଦେବାକୁ ବାରଣ କରାଯାଇଥିବା ୫୬ ଜଣ ପ୍ରାର୍ଥୀଙ୍କୁ ମିଳିଛି ଆଶ୍ୱସ୍ତି। ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଏହି ପ୍ରାର୍ଥୀମାନଙ୍କୁ ପରୀକ୍ଷାରେ ସାମିଲ କରିବାକୁ OSSCକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। କିନ୍ତୁ କୋର୍ଟ କହିଛନ୍ତି ଯେ ଏହି ପ୍ରାର୍ଥୀମାନେ ପରୀକ୍ଷା ଦେଲେ ମଧ୍ୟ ମୂଳ ମାମଲାର ଫଳାଫଳ ଉପରେ ନିର୍ଭର କରିବ ସେମାନଙ୍କ ନିଯୁକ୍ତି।

Comments are closed, but trackbacks and pingbacks are open.