ରିଲିଜ ହେଲା ଓଡ଼ିଆ ସିନେମା ‘ପୁଷ୍କରା’ର ଟ୍ରେଲର

37

ବୋହୁ ଅପେକ୍ଷା ପରେ ରିଲିଜ ହେଇଛି ବୋହୁ ପ୍ରତିକ୍ଷିତ ଓଡ଼ିଆ ସିନେମା ‘ପୁଷ୍କରା’ର ଟ୍ରେଲର l ଦୀର୍ଘ ୨ ବର୍ଷ ପରେ ବହୁ ପ୍ରତିକ୍ଷୀତ ଓଡ଼ିଆ ଫିଲ୍ମ ‘ପୁଷ୍କରା’ ସହ ବଡ଼ ପରଦାରେ ନଜର ଆସିବେ ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର ।

ଏହି ଫିଲ୍ମ ଗଣେଶ ପୂଜାରେ ରିଲିଜ ହେବାକୁ ଯାଉଛି । ଫିଲ୍ମରେ ଅନେକ ତାରକା ନଜର ଆସିବେ l ଥିବା ବେଳେ ଫିଲ୍ମରୁ ସର୍ବ ପ୍ରଥମେ ମୋସନ ପୋଷ୍ଟର ରିଲିଜ ହୋଇସାରିଥିବା ବେଳେ ବର୍ତ୍ତମାନ ଫିଲ୍ମର ଦମଦାର ଟ୍ରେଲର ରିଲିଜ ହୋଇଛି । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସୋସିଆଲ ମିଡିଆରେ ସବ୍ୟସାଚୀ ମିଶ୍ର ଫିଲ୍ମର ଟ୍ରେଲର ରିଲିଜ କରିଛନ୍ତି । ସବ୍ୟସାଚୀ ନିଜ ଇନଷ୍ଟାଗ୍ରାମରେ ଫିଲ୍ମର ଟ୍ରେଲର ରିଲିଜ କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, “ଓଡ଼ିଆ ଉପନ୍ୟାସରୁ ଓଡ଼ିଆ ସିନେମା । କେମିତି ଲାଗିଲା ଜଣାନ୍ତୁ, ଏବଂ ଭଲ ଲାଗିଲେ ସେୟାର କରିବେ। ଆପଣଙ୍କ ପୁଷ୍କରା ।“ ଫିଲ୍ମର ଟ୍ରେଲରରେ ସବ୍ୟସାଚୀଙ୍କୁ ଏକ ନୂଆ ରୂପରେ ଦେଖିବାକୁ ମିଳିଥିବା ବେଳେ ସ୍ବର୍ଗତ ଅଭିନେତା ପିଣ୍ଟୁ ନନ୍ଦ ଏବଂ ଅଭିନେତା ଅଶ୍ରୁମୋଚନ, ଅଭିନେତ୍ରୀ ସୁପ୍ରିୟା ନାୟକଙ୍କ ଝଲକ ଦେଖିବାକୁ ମିଳିଛି । ତେବେ ଟ୍ରେଲର ସେୟାର ହେବାର ମାତ୍ର ୨୦ ମିନିଟ ଭିତରେ ୨୦୦୦ରୁ ଅଧିକ ଲାଇକ୍‌ ମିଳି ପାରିଥିଲା ।

ଏହି ଫିଲ୍ମରେ ସୁପ୍ରିୟା ନାୟକ, ବିକାଶ ଚୌଧୁରୀ, ସ୍ବର୍ଗତ ଅଭିନେତା ପିଣ୍ଟୁ ନନ୍ଦ, ତ୍ରିଭୁବନ ପଣ୍ଡା ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ତେବେ ଟ୍ରେଲରକୁ ଅନେକ ତାରକାଙ୍କ ସମେତ ଫ୍ୟାନ୍ସ ଲାଇକ୍‌ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି । ଅଭିନେତ୍ରୀ ରିୟା ଦେ ଲେଖିଛନ୍ତି, ବହୁତ ସୁନ୍ଦର ଟ୍ରେଲର । ଜଣେ ଫ୍ୟାନ୍ସ ଲେଖିଛନ୍ତି, ଟ୍ରେଲର ବହୁତ ବଢ଼ିଆ ହୋଇଛି। ଫିଲ୍ମ ବି ବେଶ ସୁନ୍ଦର ହେବ । ଆଉ ଜଣେ ଲେଖିଛନ୍ତି, ଓଡ଼ିଆ ଉପନ୍ୟାସକୁ ବହୁତ ସୁନ୍ଦର ଭାବେ ଫିଲ୍ମରେ ଉପସ୍ଥାପନ କରାଯାଇଛି। ଆଗକୁ ଆହୁରି ମଧ୍ୟ ଏପରି ଓଡ଼ିଆ ସିନେମା ତିଆରି ହେଉ । ଅନେକ ଫ୍ୟାନ୍ସ ଲାଲ ହାର୍ଟ ଏବଂ ଫାୟାର ଇମୋଜି ମଧ୍ୟ ଦେଇ ଟ୍ରେଲରକୁ ଖୁବ ପସନ୍ଦ କରିଥିବା ଦର୍ଶାଇଛନ୍ତି ।

ଶଙ୍କର ତ୍ରିପାଠୀଙ୍କ ରଚିତ ଓଡ଼ିଆ ଉପନ୍ୟାସ ‘ନଡା ବିନ୍ଦୁ’ରୁ ପ୍ରସ୍ତୁତ ହୋଇଛି ଏହି ଚଳଚିତ୍ର ପୁଷ୍କରା । ଏହି ଫିଲ୍ମର କାହାଣୀ ଏବଂ ସଂଳାପ ମଧ୍ୟ ଶଙ୍କର ତ୍ରିପାଠୀ ଲେଖିଛନ୍ତି । ଫିଲ୍ମ ତରଙ୍ଗ ପ୍ରଡକ୍ସନ ଦ୍ବାରା ନିର୍ମିତ ହୋଇଥିବା ବେଳେ ଶୁଭ୍ରାଂଶୁ ଦାସ ନିର୍ଦ୍ଦେଶନା ଦେଇଛନ୍ତି ।

Comments are closed, but trackbacks and pingbacks are open.