କନଷ୍ଟେବଲଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ତିହିଡ଼ିରେ ଚାଞ୍ଚଲ୍ୟ

179

ଭଦ୍ରକ ଜିଲ୍ଲା ତିହିଡ଼ି ଥାନାରେ କାର୍ଯ୍ୟରତ ଜଣେ କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଉକ୍ତ କନେଷ୍ଟବଳଙ୍କ ନାମ ତୋଫାନ କୁମାର ପାତ୍ର ବୋଲି ଜଣାଯାଇଛି। ସରକାରୀ କ୍ୱାର୍ଟର୍ସରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ତିହିଡ଼ି ପୁଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଘଟଣାର ତଦନ୍ତ ଆରମ୍ଭ କରିଛି ତିହିଡ଼ି ପୁଲିସ।

କନେଷ୍ଟବଳ ତୋଫାନ କୁମାର ପାତ୍ର ପ୍ରାୟ ଦେଢ଼ ବର୍ଷ ହେବ ତିହିଡ଼ି ଥାନାରେ କାର୍ଯ୍ୟ କରିଆସୁଥିଲେ। ସେ  ସରକାରୀ କ୍ୱାର୍ଟର୍ସରେ ଏକା ରହୁଥିଲେ। ସେ ଗତ ରାତି ପ୍ରାୟ ଗୋଟାଏ ବେଳେ ଡିଉଟି ସାରି କ୍ୱାର୍ଟର୍ସକୁ ଯାଇଥିଲେ। ତାପରେ ସେ ବେକରେ ଦଉଡ଼ି ଦେଇ ଝୁଲିପଡ଼ିଥିବା କୁହାଯାଉଛି। ତେବେ ଆଜି ସକାଳେ ପଡ଼ୋଶୀ ଝରକା ବାଟେ ତୋଫାନ କୁମାର ପାତ୍ର ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା। ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ସେ କେଉଁଝର ଜିଲ୍ଲାର ବାସିନ୍ଦା ବୋଲି ଜଣାଯାଇଛି।କୁହାଯାଉଛି, ପାରିବାରିକ କଳହକୁ ନେଇ କନଷ୍ଟେବଲ ତୋଫାନ ପାତ୍ର ଆତ୍ମହତ୍ୟା କରିଛନ୍ତି। ତାଙ୍କ ପତ୍ନୀଙ୍କ ସହିତ ତାଙ୍କର ବିବାଦ ଲାଗି ରହିଥିଲା। ଉଭୟଙ୍କ ମଧ୍ୟରେ ପ୍ରତ୍ୟେକ ଦିନ ପାଟିତୁଣ୍ଡ ହେଉଥିଲା।

Comments are closed, but trackbacks and pingbacks are open.