ଏମରସନ ମଙ୍ଗାୱା ପୁଣି ଥରେ ଜିମ୍ବାୱେର ରାଷ୍ଟ୍ରପତି

32

ଜିମ୍ବାୱେ ରାଷ୍ଟ୍ରପତି ଏମର୍ସନ ମଙ୍ଗାୱା ଶନିବାର ଦ୍ୱିତୀୟ ତଥା ଅନ୍ତିମ କାର୍ଯ୍ୟକାଳ ପାଇଁ ନିର୍ବାଚିତ ହୋଇଛନ୍ତି। ତେବେ ଶାସକ ଦଳ ଜେଡଏଏନଓ୍ବାଇ-ପିଏଫ ବିରୋଧରେ ନିର୍ବାଚନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ନ୍ୟୁୟର୍କ ଟାଇମ୍ସ ଏହି ସୂଚନା ଦେଇଛି ।ରାଷ୍ଟ୍ରପତି ନିର୍ବାଚନରେ ଏମରସନ ମଙ୍ଗାୱା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ନେଲସନ ଚାମିସାଙ୍କୁ ପରାସ୍ତ କରିଛନ୍ତି। ମଙ୍ଗାୱାଙ୍କ ବିଜୟ ଜିମ୍ବାୱେରେ ଶାସକ ଦଳର କ୍ଷମତାକୁ ଦୃଢ଼ କରିଛି।

ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ପରେ ୮୦ ବର୍ଷୀୟ ମଙ୍ଗାୱା ଅନେକ ଆହ୍ବାନର ସମ୍ମୁଖୀନ ହେବେ।ା ଜିମ୍ବାୱେ ଗତ ଦୁଇ ଦଶନ୍ଧି ଧରି ବିପର୍ଯ୍ୟସ୍ତ ଅର୍ଥନୈତିକ ନୀତିର ସମ୍ମୁଖୀନ ହୋଇଛି, ଯାହା ଦେଶରେ ଉଚ୍ଚ ମୁଦ୍ରାସ୍ଫୀତି ଏବଂ ବେକାରୀ ସମସ୍ୟା ସୃଷ୍ଟି କରିଛି। ଦେଶରେ ଔଷଧ ଏବଂ ଯନ୍ତ୍ରପାତିର ଅଭାବ ମଧ୍ୟ ରହିଛି।ମଙ୍ଗାୱାଙ୍କ ବିଜୟ ଯୋଗୁ ବର୍ତ୍ତମାନ ପାଶ୍ଚାତ୍ୟ ଦେଶମାନଙ୍କ ସହିତ ତିକ୍ତତା ବୃଦ୍ଧି ପାଇପାରେ, ଯାହା ଦ୍ୱାରା ୧୮ ବିଲିୟନ ଆମେରିକୀୟ ଡଲାରର ଋଣ ମିଳିବାରେ ସମସ୍ୟା ହୋଇପାରେ।

ଦ ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ ଜିମ୍ବାୱେର ଜନସଂଖ୍ୟା ଏକକୋଟି ୬୦ ଲକ୍ଷ। ନିର୍ବାଚନରେ ଦେଶରେ ଅନିୟମିତତାର ବହୁ ଇତିହାସ ରହିଛି । ଯାହା ପ୍ରାୟ ଚାରି ଦଶନ୍ଧି ଧରି ଜଣେ ସ୍ବାଧୀନତା ସଂଗ୍ରାମୀ ରବର୍ଟ ମୁଗାବେଙ୍କୁ କ୍ଷମତା ବଜାୟ ରଖିବାରେ ସାହାଯ୍ୟ କରିଥିଲା। ମଙ୍ଗାୱା ଏବଂ ତାଙ୍କ ସହଯୋଗୀମାନେ ୨୦୧୭ରେ ମୁଗାବେଙ୍କୁ କ୍ଷମତାରୁ ବହିଷ୍କାର କରିଥିଲେ। ପରବର୍ତ୍ତୀ ବର୍ଷ, ମଙ୍ଗାୱା ଚାମିସାଙ୍କୁ ପରାସ୍ତ କରି ନିର୍ବାଚନରେ ଜିତିଥିଲେ। ସେ ୫୦ ପ୍ରତିଶତରୁ ଅଧିକ ଭୋଟ ପାଇଥିଲେ।

Comments are closed, but trackbacks and pingbacks are open.