ନୂଆଦିଲ୍ଲୀରେ ‘ଜଙ୍ଗଲ କୁଲପତି କି କଥା’ ପୁସ୍ତକର ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ  

412

ସାହିତ୍ୟରୁ ବିଚାର ମିଳିବା ସହ ସୃଜନଶୀଳ ସୃଷ୍ଟି ହୁଏ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ଅଗଷ୍ଟ ୨୧ – କୌଣସି ବସ୍ତୁ ବା ବିଷୟକୁ ବୁଝିବାକୁ ହେଲେ ସେହି ବସ୍ତୁର ଅନ୍ତର୍ନିହିତ ବିଚାରକୁ ଜାଣିବା ପାଇଁ ପଡିଥାଏ  । ତତ୍ତ୍ୱ ସାହିତ୍ୟରୁ ମିଳିଥାଏ, ବିଚାରରୁ ମିଳିଥାଏ ତଥା ଅନୁଭବରୁ ମିଳିଥାଏ ବୋଲି ସୋମବାର ନୂଆଦିଲ୍ଲୀ ଠାରେ ପ୍ରସିଦ୍ଧ ଶିକ୍ଷାବିତ୍ ଏବଂ ସାହିତ୍ୟିକ ପ୍ରଫେସର ଟିବି କଟ୍ଟମନୀଙ୍କ ଲିଖିତ ପୁସ୍ତକ ‘ଜଙ୍ଗଲ କୁଲପତି କି କଥା’ ପୁସ୍ତକ ଉନ୍ମୋଚନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ର ସାହିତ୍ୟ ଏକାଡେମୀ ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସାହିତ୍ୟ ଜନସାଧାରଣଙ୍କ ଆବେଗ ଓ ଭାବାବେଗକୁ ପରିପ୍ରକାଶ କରେ । ସାଧାରଣ ବ୍ୟକ୍ତି ଓ ସାହିତ୍ୟିକଙ୍କ ମଧ୍ୟରେ ଅନେକ ପାର୍ଥକ୍ୟ ଅଛି । ଜଣେ ଭଲ ସାହିତ୍ୟିକ ସାରସ୍ୱତ ସାଧକ ଅଟନ୍ତି । ଯେତେବେଳେ ସାହିତ୍ୟିକ ଲେଖନୀ ଚାଳନା କରେ, ତାଙ୍କ ଦ୍ୱାରା ସୃଜନଶୀଳତା ଜନ୍ମ ନିଏ ଏବଂ ସାହିତ୍ୟର ବିଚାର ସୃଷ୍ଟି ହୋଇଥାଏ ଏବଂ ସତ୍ୟ ହିଁ ସୃଜନଶୀଳତା ଅଟେ । ସାହିତ୍ୟିକମାନେ ସମାଜର ବଞ୍ଚିତ ବର୍ଗଙ୍କ ଅଭିବ୍ୟକ୍ତି, ଅସହାୟଙ୍କ କଥା ସହ ସେମାନଙ୍କର ସମାଧାନର ଦାୟିତ୍ୱର ରାସ୍ତା ଦେଖାଇବା ଦରକାର ।  

ଏହି ପୃଷ୍ଠଭୂମିରେ ଆଜି ଉନ୍ମୋଚିତ ପୁସ୍ତକ ସାମାଜିକ ସଂଘର୍ଷ ଏବଂ ଦୁର୍ଗମ କ୍ଷେତ୍ରରେ ଏକ ବିଶ୍ୱବିଦ୍ୟାଳୟ ବନାଇବାର କଥା ଅନ୍ତର୍ନିହିତ । ଜନଜାତି ସମୁଦାୟଙ୍କ ଆତ୍ମବିଶ୍ୱାସ ଏବଂ ସେମାନଙ୍କ ଅଭିବ୍ୟକ୍ତିର କଥା ଉପରେ ଉଲ୍ଲେଖ ରହିଛି । ମୂଳ ବିଷୟ ସହ ଯୋଡିହେବା ସହ ଭବିଷ୍ୟତଗାମୀ ହେବା ଦିଗରେ ଏହି ପୁସ୍ତକ ଏକ ପ୍ରେରଣା । ନିଜର ଅନୁଭବକୁ ଏଭଳି ଅଭିନବ ଉପାୟରେ ପୁସ୍ତକ ପ୍ରସ୍ତୁତ ପାଇଁ ଶ୍ରୀ ପ୍ରଧାନ ଲେଖକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଦେଶରେ ରାଷ୍ଟ୍ରୀୟ ଶିକ୍ଷା ନୀତି ମାଧ୍ୟମରେ ବୈଶ୍ୱିକ ଦାୟିତ୍ୱ କେମିତି ନେବା, ଭାରତୀୟ ସାହିତ୍ୟ ମାଧ୍ୟମରେ ବିଶ୍ୱରେ ଭାରତର ଅଭିବ୍ୟକ୍ତିକୁ କେମିତି ବଢାଇବା ? ଭାରତର ଅନୁଭବ ତଥା ଯେଉଁ ଅନୁଭବରେ ସମ୍ବେଦନଶୀଳ ଅଛି, କର୍ତ୍ତବ୍ୟବୋଧ ଅଛି ଓ ଦାୟିତ୍ୱକୁ କିପରି ମୂଳରୁ ଟାଣ କରିବା ?  ଏହା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Comments are closed, but trackbacks and pingbacks are open.