ଭୁବନେଶ୍ୱରରେ ପହଞ୍ଚିଲେ ଭାରତୀୟ ହକି ଖେଳାଳି

37

ଆଜି ସକାଳ ୧୧.୧୦ମିନିଟ ସମୟ ରେ ଭୁବନେଶ୍ୱର ପହଞ୍ଚିଛନ୍ତି ଭାରତୀୟ ପୁରୁଷ ଓ ମହିଳା ହକି ଖେଳାଳି । ବିମାନ ବନ୍ଦରରେ ଉଭୟ ପୁରୁଷ ଓ ମହିଳା ଟିମ୍ ଖେଳାଳିଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ସେମାନଙ୍କୁ ସ୍ୱାଗତ କରିଥିଲେ । ବିମାନବନ୍ଦର ପରେ ହୋଟେଲ ସ୍ୟାଣ୍ଡି ଟାୱାର ରେ ରହିବା ର ବ୍ୟବସ୍ଥା କରା ଯାଇଛି I ସେଠାରେ ମଧ୍ୟ ହୋଟେଲ କର୍ମଚାରୀ ମାନେ ହକି ଖେଳାଳିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇ ସ୍ୱାଗତ କରିଛନ୍ତି । ହୋଟେଲରେ ପାରମ୍ପରିକ ନୃତ୍ୟ, ଗୀତ ଓ ବାଜାରେ ସ୍ୱାଗତ କରାଯାଇଛି ।ହୋଟେଲ ରେ ଖେଳାଳି ମାନଙ୍କ ର ମନପସନ୍ଦ ର ସୁସ୍ୱାଦୁ ଖାଦ୍ୟ ର ମଧ୍ୟ ବ୍ୟବସ୍ଥା କରାଯାଇଛି I ଅପରାହ୍ନରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଅଲିମ୍ପିକ୍ସରେ ସଫଳତା ପାଇଁ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବେ ରାଜ୍ୟ ସରକାର ଏବଂ ରାତ୍ରି ରେ ମୁଖ୍ୟ ମନ୍ତ୍ରୀ ଙ୍କ ସହ ନୈଶ୍ୟ ଭୋଜି ର ଆୟୋଜନ ହୋଇଛି I ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ ଜିତି ଇତିହାସ ରଚିଛି ପୁରୁଷ ହକି ଟିମ୍ । ଏହା ସହ ଅଲିମ୍ପିକ୍ସରେ ପ୍ରଥମଥର ପାଇଁ ସେମି ଫାଇନାଲକୁ ଯାଇଥିଲା ମହିଳା ହକି ଟିମ୍ ।

Leave A Reply

Your email address will not be published.