ଦିଲ୍ଲୀରେ କେଜି ପିଛା ୨୫ଟଙ୍କାରେ ମିଳିବ ପିଆଜ

25

ନୂଆଦିଲ୍ଲୀ: ଦିଲ୍ଲୀ ଲୋକମାନଙ୍କୁ ଆଜିଠାରୁ ମହଙ୍ଗା ଦରରୁ ମିଳିବ ଆଶ୍ୱସ୍ତି । ଭାରତୀୟ ରାଷ୍ଟ୍ରିୟ ସହକାରୀ ଉପଭୋକ୍ତା ମହାସଙ୍ଘ ସାଧାରଣ ଲୋକମାନଙ୍କୁ ଆଶ୍ୱସ୍ତି ଦେଇ ଦେବା ପାଇଁ ରାଜଧାନୀ ଦିଲ୍ଲୀରେ ସରକାର ରିହାତି ଦରରେ ପିଆଜ ବିକ୍ରି କରିବେ । ଏହା ପୂର୍ବରୁ କେନ୍ଦ୍ରସରକାରଙ୍କ ତରଫରୁ ସବସିଡି ଯୁକ୍ତ ଟମାଟୋ ବିକ୍ରି ହେଉଛି । ୨୦୨୩-୨୪ ଅର୍ଥିକ ବର୍ଷ ପାଇଁ ସରକାର ତିନି ଲକ୍ଷ ଟନ ‘ବଫର ଷ୍ଟକ’ ଲକ୍ଷ ରଖିଥିଲେ ଯାହା ଏବେ ୨ ଲକ୍ଷ ଟନରେ ପହଞ୍ଚିଛି ।

ଏନସିସିଏଫର ନିର୍ଦ୍ଦେଶକ ଅନିସ ଜୋସଫଙ୍କ କହିବା ଅନୁସାରେ ‘ଅରମ୍ଭରୁ ଏବେ ଦିଲ୍ଲୀରେ ଖୁଚୁରା ବ୍ୟବସାୟୀଙ୍କ ଦ୍ୱାରା ୨୫ ଟଙ୍କା କିଲୋରେ ବିକ୍ରି କରିବୁ । ସୋମବାର ଦିନ ଆଜି ୧୦ଟି ଭ୍ୟାନ ଗାଡିରେ ପିଆଜ ବିଭିନ୍ନ ସ୍ଥାନକୁ ପଠାଯିବ ବୋଲି କହିଛନ୍ତି । ରାଜଧାନୀରେ ନେହେରୁ ୍େଲସ ଏବଂ ଚହଲା ଠାରେ ଦୁଇଟି ଖୁଚୁରା ଆଉଟଲେଟ ମାଧ୍ୟମରେ ଏନସିସିଏଫ ିଆଜ ବିକ୍ରି କରିବେ । ଏହା ଛଡା (ଡିଜିଟାଲ କମର୍ସ ପାଇଁ ଓନ ନେଟୱର୍କ) ଦ୍ୱାରା ମାଧ୍ୟମରେ ଅନଲାଇନ ପିଆଜ ବିକ୍ରି କରାଯିବ । ଏହା ଛଡା ଦିଲ୍ଲୀ, ଆନ୍ଧ୍ର୍ରଦେଶ, ତେଲେଙ୍ଗାନା, ହିମାଚଳପ୍ରଦେଶ, ଆସାମରେ ହୋଲସେଲ ଏବଂ ଖୁଚୁରା ବଜରରେ ‘ବଫରଷ୍ଟକ’ ବ୍ୟବହାର କରରାଯାଉଛି ।

ଜୋସେଫ କହିଛନ୍ତି ହୋଲସେଲ ବଜାରରେ ମଣ୍ଡି ଦରରେ ପିଆଜ ବିକ୍ରି ହେଉଥିବା ବେଳେ ଖୁଚୁରା ବଜାରରେ ଏହା କିଲୋଗ୍ରାମ ପିଛା ୨୫ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି । ଦିଲ୍ଲୀରେ ଏହା ସୋମବାରଠାରୁ ଆରମ୍ଭ ହୋଇଥିବା ବେଳେ ଅନ୍ୟ ୪ ଟି ରାଜ୍ୟରେ ଏହା ଦୁଇ ଦିନ ପରେ ଆରମ୍ଭ ହେବ । ତେବେ ସରକାରୀ ତଥ୍ୟ ଅନୁସାରେ ଖୁଚୁରାମୂଲ୍ୟ ୧୯ % ବୃଦ୍ଧି ପାଇ ୨୯.୭୩ ଟଙ୍କା ହୋଇଥିଲା । ବିଗତ ବର୍ଷରେ ଏହି ଦିନ ପିଆଜ ୨୫ ଟଙ୍କା କିଲୋ ପିଛା ବିକ୍ରି ହେଉଥିଲା । ଦିଲ୍ଲୀରେ ପିଆଜ ମୂଲ୍ୟ ୩୭ ଟଙ୍କା କିଲୋ ପିଛା ବିକ୍ରି ହେଉଥିଲା । ଗତ ବର୍ଷ ଏହା ୨୮ ଟଙ୍କାରେ ବିକ୍ରି ହେଉଥିଲା ।

Comments are closed, but trackbacks and pingbacks are open.