କାବୁଲ ରେ କାର୍ଗୋ ବିମାନ ଭିତର ର ଦାରୁଣ ଦୃଶ୍ୟ

32

ତାଲିବାନ, ଏହି ନାଁ ଏବେ ଆଫଗାନିସ୍ତାନ ନାଗରିକଙ୍କ ମନରେ ଛନକା ସୃଷ୍ଟି କରିଛି। ତାଲିବାନୀ ଶାସନରୁ ବର୍ତ୍ତିବା ପାଇଁ ଚାଲିଛି ସଂଘର୍ଷ। ଗତ ରବିବାର ଦିନ ତାଲିବାନୀ ମାନେ ରାଜଧାନୀ କାବୁଲ କୁ ଦଖଲ କଲା ପରେ ଆଫଗାନିସ୍ଥାନ ନାଗରିକ ମାନେ ନାହିଁ ନ ଥିବା ଆଶଙ୍କା ରେ ରହିଛନ୍ତି I ତାଲିବାନଙ୍କ କବଳରୁ ନିଜେ ଏବଂ ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ ଅନ୍ୟ ଦେଶକୁ ଦୌଡୁଛନ୍ତି ଲୋକେ। ଯିଏ ଯେମିତି ପାରୁଛି ସେହି ଉପାୟରେ ଦେଶ ଛାଡି ପଳାଇବାକୁ ଚେଷ୍ଟା କରୁଛି। ଏଥିପାଇଁ କାବୁଲ ବିମାନ ବନ୍ଦରରେ ଅସମ୍ଭାଳ ଭିଡ ଦେଖାଯାଉଛି I ସେଥିପାଇଁ କାର୍ଗୋ ବିମାନ ଭିତରେ ଏକ ଥରକେ ପଶିଗଲେ ଶହ ଶହ ଲୋକ। ୧୩୦ ସିଟ୍‌ କ୍ଷମତା ଥିବା ବିମାନରେ ବସିଲେ ୬ଶହରୁ ଅଧିକ। ଯିଏ ଯେଉଁଠି ପାରିଲା ସେଠି ବସିଲା, ଏପରି ଅବସ୍ଥା ରେ ପାଦ ରଖିବାକୁ ମଧ୍ୟ ମିଳିଲାନି ଜାଗା। ଜଣକ ଉପରେ ଜଣେ ଲଦାଲଦି ହୋଇ ବସିଲେ। ପରିସ୍ଥିତି ଏପରି ହୋଇଥିଲା ଯେ ଲୋକେ ବିମାନ ଚକ ଓ ଡେଣା ରେ ମଧ୍ୟ ଝୁଲି ରହିଥିଲେ ଏବଂ ବିମାନ ଟି ଉପରକୁ ଉଠିଯିବାର କିଛି ସମୟ ପରେ ତଳକୁ ଖସୁଥିବାର ଦୃଶ୍ୟ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାକୁ ଲାଗିଥିଲା Iଏଭଳି ଏକ ଦାରୁଣ ଚିତ୍ର ଦେଖିବାକୁ ମିଳିଛି କାବୁଲରୁ କତାର ଯାଇଥିବା ଏକ ଆମେରିକୀୟ କାର୍ଗୋ ବିମାନ ଭିତରେ।

Leave A Reply

Your email address will not be published.