ନିଜ ପଦରୁ ଇସ୍ତଫା ଦେଇଛନ୍ତି ଆଫଗାନିସ୍ତାନର ରାଷ୍ଟ୍ରପତି ଆସରଫ୍ ଘନି

27

ଆଫଗାନିସ୍ତାନରେ ଲାଗିରହିଥିବା ସଂକଟ ଭିତରେ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି ରାଷ୍ଟ୍ରପତି ଆସରଫ୍ ଘାନି । ସେ ତାଙ୍କ ଟିମ୍ ସହ ଦେଶ ଛାଡି ତାଜାକିସ୍ତାନ ଯାଉଥିବା ସୂଚନା ମିଳିଛି ।ଆଜି ଆଫଗାନିସ୍ତାନର ଅଧିକାଂଶ ଅଞ୍ଚଳ ସହିତ ପୂର୍ବରେ ଥିବା ରାଜଧାନୀ କାବୁଲ ର କିଛି ଅଂଶ କୁ ମଧ୍ୟ ତାଲିବାନୀ ଯୋଦ୍ଧାଙ୍କ ଦ୍ୱାରା ଦଖଲ କରାଯିବା ପରେ ଘନି ଏଭଳି ନିଷ୍ପତ୍ତି ନେଇଛନ୍ତି ।

ସେପଟେ ଆଫଗାନିସ୍ତାନର ଉପରାଷ୍ଟ୍ରପତି ଓମରୂଲ୍ଲା ସାଲେହ କହିଛନ୍ତି କି ଘନି ତାଲିବାନୀଙ୍କ ସହ ରହିବା ସମ୍ଭବ ନୁହେଁ । ଏହାସହ ସେ କହିଛନ୍ତି କି ତାଲିବାନୀଙ୍କ ଆଗରେ ସେ କେବେ ମୁଣ୍ଡ ନୁଆଁଇବେ ନାହିଁ । ଦେଶର ଲକ୍ଷ ଲକ୍ଷ ଲୋକ ତାଙ୍କ ଉପରେ ଭରସା କରିଥିବା ବେଳେ ସେ ଦେଶର ଲୋକଙ୍କ ସହ ରହିବାକୁ ପସନ୍ଦ କରିବେ ।

ଆସରଫ୍ ଘାନିଙ୍କ ପରେ ଅଲ୍ଲି ଅହମ୍ମଦ ଜଲାଲୀ ଦେଶର ଅନ୍ତରୀଣ ରାଷ୍ଟ୍ରପତି ହୋଇପାରନ୍ତି ବୋଲି ଆଲୋଚନା ଚାଲିଛି । ଜଲାଲୀ ଆମେରିକାର ମୂଳ ବାସିନ୍ଦା ହୋଇଥିବା ବେଳେ ସେ ଆଫଗାନିସ୍ତାନ ପକ୍ଷରୁ ଜର୍ମାନୀର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଛନ୍ତି । ଅନ୍ୟପଟେ ତାଲିବାନର ଜଣେ କମାଣ୍ଡର ଆଫଗାନିସ୍ତାନର ରାଷ୍ଟ୍ରପତି ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି ।
ତାଲିବାନ ମାନେ ଘୋଷଣା କରିଥିଲେ କି ଆମେ ରକ୍ତପାତ କରିବାକୁ ଚାହୁଁ ନାହୁଁ ତେଣୁ ନାଗରିକ ମାନେ ନିଜ ଇଛା ରେ ସହର ପରିତ୍ୟାଗ କରି ପାରନ୍ତି i


ଏସବୁ ଦୃଶ୍ୟ ଆଫାଗାନିସ୍ତାନ ରାଷ୍ଟ୍ରପତିଙ୍କ ପାଇଁ ଅତି ବେଦନା ଦାୟକ ହୋଇଛି । ଶେଷରେ ସେ ହାର ମାନିବାକୁ ପ୍ରସ୍ତୁତ ହେଉଛନ୍ତି । ତାଲିବାନକୁ କ୍ଷମତା ହସ୍ତାନ୍ତର କରିବାକୁ ଏବେ ଆଫଗାନିସ୍ତାନ ରାଷ୍ଟ୍ରପତି ଭବନରେ ଦେଶର ବରିଷ୍ଠ ନେତା ଓ ପ୍ରଶାସକ ମାନଙ୍କୁ ନେଇ ବୈଠକ ଚାଲିଛି । ବିଶେଷ ସୂତ୍ରରୁ ମିଳିଥିବା ଖବର ମୁତାବକ ଏହି ବୈଠକରେ ତାଲିବାନକୁ କ୍ଷମତା ହସ୍ତାନ୍ତର ନେଇ ଆଲୋଚନା ଚାଲିଛି ।

Leave A Reply

Your email address will not be published.