ଅନସ୍ଥା ପ୍ରସ୍ତାବ ଭଗବାନଙ୍କ ଆଶୀର୍ବାଦ: ପ୍ରଧାନମନ୍ତ୍ରୀ

74

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁର ହିଂସାକୁ ନେଇ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଗୁରୁବାର ସଂସଦରେ ରଖିଛନ୍ତି । ଗୁରୁବାର ଅପରାହ୍ନରେ ମୋଦି ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖି ବର୍ଷିଛନ୍ତି ।  ଅନସ୍ଥା ପ୍ରସ୍ତାବ ଭଗବାନଙ୍କ ଆଶୀର୍ବାଦ ବୋଲି କହି ବିରୋଧୀଙ୍କୁ  କଡା ଜବାବ ଦେଇଥିଲେ ପ୍ରଧାନମନ୍ତ୍ରୀ ।

ମୋଦି କହିଥିଲେ, ଅଧୀର ରଞ୍ଜନ କହିଥିଲେ, ଅନାସ୍ଥା ପ୍ରସ୍ତାବର ଶକ୍ତି ଯାହା ପାଇଁ ଆମେ ପ୍ରଧାନମନ୍ତ୍ରୀଙ୍କୁ ଆମେ ସଂସଦ ପର୍ଯ୍ୟନ୍ତ ଟାଣି ଆଣିଲୁ । ଏହାର ଉତ୍ତରରେ ମୋଦି କହିଥିଲେ, ଦେଶର ଜନତା ଆମ ଉପରେ ବାରମ୍ବାର ଭରସା କରୁଛନ୍ତି । ଆମେ ଦେଶର କୋଟି କୋଟି ଜନତାଙ୍କ ପାଖରେ କୃତଜ୍ଞ । ଭଗବାନ ବହୁତ ଦୟାଳୁ । କୌଣସି କୌଣସି ମାଧ୍ୟମରେ ସେ ନିଜ ଇଚ୍ଛାକୁ ପୂରା କରିଥାନ୍ତି ।

ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ‘ମୁଁ ଏହାକୁ ଭଗବାନଙ୍କ ଆଶୀର୍ବାଦ ବୋଲି କହିବି, ଈଶ୍ୱର ବିରୋଧୀଙ୍କୁ ବୁଝାଇଲେ ଏବଂ ସେମାନେ ଅନାସ୍ଥା ପ୍ରସ୍ତାବ ନେଇ ଆସିଲେ । ୨୦୧୮ ଅନାସ୍ଥା ପ୍ରସ୍ତାବ ସମୟରେ କହିଥିଲି,  ଏହା ଆମର ଫ୍ଲୋର ଟେଷ୍ଟ ନୁହେଁ, ଏହା ସେମାନଙ୍କ ପାଇଁ ଫ୍ଲାେର ଟେଷ୍ଟ । ଆଉ ଏହାର ପରିଣାମ ସ୍ୱରୂପ ସେମାନେ ନିର୍ବାଚନ ହାରିଲେ ।  ମୋଦି କହିଥିଲେ, ‘ବିପକ୍ଷଙ୍କ ଅବିଶ୍ୱାସ ଆମ ପାଇଁ ଶୁଭ ହେଉଛି । ବିରୋଧୀ ସ୍ଥିର କରି ସାରିଲେଣି ଯେ, ଜନତାଙ୍କ ଆଶୀର୍ବାଦରେ ଏନଡିଏ ଏବଂ ବିଜେପି ୨୦୨୪ ନିର୍ବାଚନରେ ପୂର୍ବର ସବୁ ରେକର୍ଡ ଭାଙ୍ଗି କ୍ଷମତାକୁ ଫେରିବ ।

’ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚା କରି ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ ଟାର୍ଗେଟ କରି କହିଥିଲେ, ଏମିତି ଅନେକ ବଲ ଥିଲା ଯାହା ଗାଁ, ଗରିବ, ଦଳିତ, ପଛୁଆ, ଆଦିବାସୀଙ୍କ ପାଇଁ ଥିଲା । ସେମାନଙ୍କ କଲ୍ୟାଣ, ଭବିଷ୍ୟତ ସହ ଜଡିତ ହୋଇଥିଲା । ହେଲେ ବିରୋଧୀଙ୍କର ସେ ଚିନ୍ତା ନାହିଁ । ବିରୋଧୀଙ୍କ ଆଚରଣ ଏବଂ ବ୍ୟବହାରରୁ ଏହା ସିଦ୍ଧ ହେଉଛି ଯେ, ତାଙ୍କ ପାଇଁ ଦେଶଠାରୁ ବଡ ଦଳ । ଦେଶ ନୁହେଁ ପ୍ରଥମେ ଦଳର ପ୍ରାଥମିକତା ରହିଛି । ଚଗରିବଙ୍କ ଭୋକର ଚିନ୍ତା ନାହିଁ, କ୍ଷମତାର ଚିନ୍ତା ବିରୋଧୀଙ୍କୁ ଘାରିଛି ।

Comments are closed, but trackbacks and pingbacks are open.