ତୁଷ୍ଟିକରଣ ରାଜନୀତି କରୁଛନ୍ତି ସରକାର : ଓବେସୀ

74

ନୂଆଦିଲ୍ଲୀ:ଅନାସ୍ଥା ପ୍ରସ୍ତାବ ଉପରେ ଆଜି ଆଲୋଚନାର ଶେଷ ଦିନ । ଏହି ଅବସରରେ  ଏଆଇଏମଆଇଏମ (AIMIM)  ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓବେସୀ ନିଜର ବକ୍ତବ୍ୟ ରଖିଛନ୍ତି । ଓବେସୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସଂସଦରେ ବର୍ଷିଛନ୍ତି । ଓବେସୀ କହିଛନ୍ତି, ନୁହରେ ବଡ ବଡ କୋଠା ଭାଙ୍ଗି ଦେଲେ । ଏଠି କୁଆଡେ ଗଲା ଦେଶର ବିବେକବୋଧ ? ଏହା ଏ ସରକାରର କାମ । ହିଜାବ ପାଇଁ ମୁସଲିମ ଛାତ୍ରୀଙ୍କୁ ସ୍କୁଲରୁ ବାହାର କରିଦେଲେ । ବିଲକସ ବାନେ କ’ଣ ଏ ଦେଶର ଝିଅ ନୁହେଁ ? ହେଲେ ଏ ମାମଲାରେ ଅପରାଧୀଙ୍କୁ ମୁକ୍ତ କରିଦେଲେ  । ଏ ସରକାର ବହୁସଂଖ୍ୟକ ରାଜନୀତିକୁ ଫଲୋ କରୁଛନ୍ତି । ପ୍ରଥମେ ପ୍ରଧାନମନ୍ତ୍ରୀ କହୁଥିଲେ ସମସ୍ୟା ସୀମାରେ ନୁହେଁ,  ଦିଲ୍ଲୀରେ ଅଛି ।  ହେଲେ ଏବେ ସେଚୀନ ପ୍ରସଙ୍ଗରେ କାହିଁକି ମୁହଁ ଖୋଲୁନାହାନ୍ତି ? ଅହମଦାବାଦରେ ଚୀନ ରାଷ୍ଟ୍ରପତିଙ୍କୁ ମୋଦି ଝୁଲା ଝୁଲାଉଥିଲେ । ଏବେ ତାହାର ଫଳ ମିଳିଲା ବୋଲି କହିଛନ୍ତି ଓବେସୀ ।

ମୋଦିଙ୍କୁ ଟାର୍ଗେଟ କରି ଓବେସୀ କହିଛନ୍ତି, ‘ଏ ସରକାର ତୁଷ୍ଟିକରଣ ରାଜନୀତି କରୁଛନ୍ତି । ସରକାର କହୁଛନ୍ତି କୁଇଟ ଇଣ୍ଡିଆ(ବିରୋଧୀ ମେଣ୍ଟ I.N.D.I.A ) ହେବା ଦରକାର ।  ହେଲେ ଏହି କୁଇଟ ଇଣ୍ଡିଆ ନାରା ମୁସଲିମମାନେ ହିଁ ଦେଇଥିଲେ । ଏକଥା ଜାଣିଲେ ସରକାର ଏହା କହିବା ଛାଡିଦେବେ । ଆଜି ଯେଉଁ ରାଜନୀତି ହେଉଛି ତଦ୍ୱାରା ଦେଶର କ୍ଷତି ହେଉଛି ।  ହିନ୍ଦୁତ୍ୱ ବଡ ନା ଦେଶ ବଡ ଓବାସୀ ଏ ପ୍ରଶ୍ନ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ପଚାରିଥିଲେ ।

ଅସଦୁଦ୍ଦିନ ଓବେସୀ କହିଥିଲେ, ଆଜି ଚୀନ ପ୍ରସଙ୍ଗରେ ଚୁପ ରହୁଛ । କୂଳଭୂଷଣ ଯାଦବ କେଉଁଠି ? ପାକିସ୍ତାନରେ ସେ ଅଛନ୍ତି । ହେଲେ ତାଙ୍କୁ ଆପଣ କାହିଁକି ଆଣି ପାରୁନାହାନ୍ତି ?କତରରେ ୮ ନାଭି ଅଫସର ଏକ ବର୍ଷ ଧରି ଜେଲରେ ଅଛନ୍ତି । ସେମାନଙ୍କୁ କାହିଁକି ଆଣି ପାରୁନ ?, ଦେଶକୁ ଘୃଣାଦିଗରେ ନେଇ ଯାଆନ୍ତୁ ନାହିଁ ବୋଲି ସେ ମୋଦି ସରକାରଙ୍କୁ ଚେତାବନୀ ଦେଇ କହିଥିଲେ ଓବେସୀ ।

Comments are closed, but trackbacks and pingbacks are open.