ସିଙ୍ଗଲ୍‌ ପ୍ୟାରେଣ୍ଟ୍ ଙ୍କୁ ମିଳିବ ୭୩୦ଦିନ ଛୁଟି

80

ନୂଆଦିଲ୍ଲୀ: ସିଙ୍ଗଲ୍‌ ପ୍ୟାରେଣ୍ଟ୍ ଥିବା ସରକାରୀ କର୍ମଚାରୀଙ୍କ ସ୍ୱାର୍ଥରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଶିଶୁଙ୍କ ଯତ୍ନ ପାଇଁ ଏକୁଟିଆ ମାଆ ଓ ବାପାଙ୍କୁ ମିଳିବ ୭୩୦ ଦିନର ଛୁଟି। କେନ୍ଦ୍ର କାର୍ମିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ବୁଧବାର ଲୋକସଭାରେ ଏହା କହିଛନ୍ତି।

ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ସିଂହ କହିଲେ ଯେ, କେନ୍ଦ୍ରୀୟ ପ୍ରଶାସନିକ ସେବା (ଛୁଟି) ଆଇନ ୧୯୭୨ ଅନୁଯାୟୀ, ସରକାରୀ ସେବାରେ ନିୟୋଜିତ ମହିଳା ଓ ଏକକ ପୁରୁଷ ଶିଶୁଙ୍କ ଯତ୍ନ ପାଇଁ ଛୁଟି ପାଇପାରିବେ। ଶିଶୁଙ୍କ ୧୮ ବର୍ଷ ହେବା ପର୍ଯ୍ୟନ୍ତ ମୋଟ ଚାକିରି ଅବଧି ଭିତରେ ଦୁଇ ବଡ଼ ସନ୍ତାନଙ୍କ ଯତ୍ନ ପାଇଁ ସର୍ବାଧିକ ୭୩୦ ଦିନର ଅବକାଶ ମିଳିବ। କିନ୍ତୁ ଦିବ୍ୟାଙ୍ଗ ସନ୍ତାନଙ୍କ କ୍ଷେତ୍ରରେ କୌଣସି ବୟସ ସୀମା ନାହିଁ।

ସୂଚନା ଥାଉକି ଯେ, ଛାଡପତ୍ର ନେଇଥିବେ କିମ୍ବା ଅବିବାହିତ ଥିବା ଏବଂ ପତ୍ନୀଙ୍କ ମୃତ୍ୟୁ ପରେ ଏକାକୀ ରହୁଥିବା ପୁରୁଷ କର୍ମଚାରୀମାନେ ଶିଶୁ ଜନ୍ମ କିମ୍ବା ପୋଷ୍ୟ ସନ୍ତାନର ୬ ମାସ ମଧ୍ୟରେ ୧୫ ଦିନ ଛୁଟି ନେଇପାରିବେ। ୨୦୨୨ ମସିହାରେ, ମହିଳା ପ୍ୟାନେଲ ମାତୃମାନଙ୍କ ଉପରେ ଭାର କମାଇବା ପାଇଁ ପୈତୃକ ଛୁଟି ବୃଦ୍ଧି କରିବାକୁ ଦାବି କରିଥିଲେ। ସେହିପରି କେନ୍ଦ୍ର ସରକାରଙ୍କ ମହିଳା କର୍ମଚାରୀ ଗର୍ଭାବସ୍ଥା ସମୟରେ ୧୮୦ ଦିନ ପର୍ଯ୍ୟନ୍ତ ମାତୃତ୍ୱ ଛୁଟି ପାଇବାକୁ ହକଦାର।

Comments are closed, but trackbacks and pingbacks are open.