କାବୁଲ କୁ କବ୍ଜା କଲା ତାଲିବାନ

20

ଗୋଟିଏ ପରେ ଗୋଟିଏ ସହର ଉପରେ କବ୍‌ଜା କରି ଶେଷ ରେ କାବୁଲ କୁ କବ୍ଜା କରିଛି ତାଲିବାନ ,ମିଳିଥିବା ସୂଚନା ଅନୁଯାୟୀ ଆଫଗାନସ୍ତାନ ରାଜଧାନୀ କାବୁଲରେ ତାଲିବାନ ପ୍ରବେଶ କରିଛି I ଦିନକୁ ଦିନ ବଢ଼ୁଛି ତାଲିବାନର କ୍ରୁରତା। ଆଫଗାନିସ୍ତାନର ମଜାର-ଏ-ସରିଫ ପରେ ଜଲାଲାବାଦକୁ ମଧ୍ୟ ଦଖଲ କରିଛି ତାଲିବାନ। ଫଳରେ ଦେଶର ପୂର୍ବ ଭାଗରୁ କଟି ଯାଇଛି କାବୁଲ। କାବୁଲର ଚାରିପଟୁ ଘେରି ରହିଛନ୍ତି ବିଦ୍ରୋହୀ ତାଲିବାନ। ବଳ ପ୍ରୟୋଗ କରି କାବୁଲକୁ ଦଖଲ କରିବୁ ନାହିଁ। କାବୁଲ ଦଖଲ ପାଇଁ ରକ୍ତପାତ କରିବୁ ନାହିଁ। କୌଣସି ସାଧାରଣ ଲୋକଙ୍କୁ ମୃତାହତ ହେବାକୁ ଦେବୁ ନାହିଁ। ଯେଉଁମାନେ କାବୁଲ ଛାଡ଼ିବାକୁ ଚାହୁଁଛନ୍ତି ବାଧା ଦେବୁ ନାହିଁ ବୋଲି ତାଲିବାନ ପକ୍ଷରୁ କୁହାଯାଇଛି।

ରବିବାର ସକାଳେ ତାଲିବାନ କିଛି ଫଟୋ ଅନଲାଇନରେ ପ୍ରକାଶ କରିଛି। ଏହି ଫଟୋରେ କିଛି ତାଲିବାନ ସଦସ୍ୟ ନଙ୍ଗରହାର ପ୍ରଦେଶର ରାଜଧାନୀ ଜାଲାଲାବାଦ ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି।
ସାଂସଦ ଅବରାରୁଲ୍ଲା ମୁରାଦ ଏନେଇ ସୂଚନା ଦେଇ କହିଛନ୍ତି ଯେ ଉଗ୍ରବାଦୀମାନେ ଜଲାଲାବାଦକୁ କବ୍‌ଜା କରିନେଇଛନ୍ତି। ବର୍ତ୍ତମାନ ସରକାରୀ ନିୟନ୍ତ୍ରଣରେ କାବୁଲ ହେଉଛି ଏକମାତ୍ର ପ୍ରମୁଖ ଆଫଗାନିସ୍ତାନ ସହର, ଯାହାକୁ ଖୁବଶୀଘ୍ର ତାଲିବାନ ନିଜ ଦଖଲକୁ ନେବ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.