ରାଜଧାନୀ ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ

51

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ । ଗାନ୍ଧିନଗର ମାର୍କେଟରେ ଥିବା ଏକ ପ୍ଲାଏ ଉଡ୍ ଦୋକାନରେ ନିଆଁ ଲାଗିଯାଇଛି । ଫଳରେ ପୁରା ଗୋଦାମଟି ହୁତହୁତ୍ ହେଇ ଜଳୁଛି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି ଅଗ୍ନିଶମ ବାହିନୀ ।

ଆଜି ଭୋର୍ ୪ଟା ୭ ମିନିଟରେ ଏହି ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବାର କିଛି ସମୟ ମଧ୍ୟରେ ନିଆଁ ପୁରା ପ୍ଲାଏଉଡ୍ ଗୋଦାମକୁ ବ୍ୟାପି ଯାଇଥିଲା । ପରେ ଦୋକାନ ମାଲିକ ଏହି ଖବର ଜାଣିବା ପରେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । 

ତୁରନ୍ତ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳକୁ ଆସି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଥିଲେ । ୨୧ଟି ଦମକଳ ନିଆଁ ଲିଭା କାମରେ ଲାଗିିଥିଲା । ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି ।

Comments are closed, but trackbacks and pingbacks are open.