ଫେରିଆସିଲେ କି ସୁଶାନ୍ତ ; ଭାଇରଲ ହେଲା ଫୋଟୋ

24

ନୂଆଦିଲ୍ଲୀ: ସେଇ ଆଖି… ସେଇ ଓଠ.. ସେଇ ଚାହାଣୀ..ସେଇ ସୁଶାନ୍ତ ସିଂ ରାଜପୁତ.. । ସେମିତି  ହସୁଛନ୍ତି । ଫ୍ୟାନ୍ସଙ୍କ ଉଦ୍ଦେଶ୍ୟରେ ଆଖିରେ ଆଖିରେ ଅନେକ କିଛି କହି ଯାଉଛନ୍ତି.. । ସତରେ କ’ଣ ଫ୍ୟାନ୍ସଙ୍କ ଦୁଃଖ ଆଉ ସହି ପାରିଲେନି, ଆରପାରିରୁ ଜୀବନ୍ୟାସ ନେଇ   ଫେରି ଆସିଲେ ସୁଶାନ୍ତ ? ନା ତାଙ୍କ ମୃତ୍ୟ ଖବର ଏକ ସ୍ୱପ୍ନ ଥିଲ ? ଏହି ଫଟୋ ଏବଂ ଭିଡିଓକୁ ଦେଖି ଯେ କେହି ବି ଏମିତି କିଛି ଭାବିବ ।

ସୁଶାନ୍ତ ସିଂ ରାଜପୁତ..ଏମିତି ଜଣେ ଅଭିନେତା ଖୁବ ଅଳ୍ପ ଦିନରେ ସମସ୍ତଙ୍କ ମନରେ ଘର କରି ନେଇଛନ୍ତି । ଏମିତି ଘର କରିଛନ୍ତି ଯେ ତାଙ୍କ ମୃତ୍ୟୁ ବି ସେ ଘରକୁ ବିବର୍ଣ୍ଣ କରିପାରିନି । ଆଜି ବି ସୁଶାନ୍ତଙ୍କୁ ଝୁରି ହେଉଛନ୍ତି ଫ୍ୟାନ୍ସ । ସୁଶାନ୍ତ ସିଂ ଆଉ ନାହାନ୍ତି ଏକଥା ଏବେ ବି ବିଶ୍ୱାସ କରିବାକୁ ରାଜି ନୁହଁନ୍ତି ସେମାନେ ।

ସୁଶାନ୍ତଙ୍କ ସ୍ମୃତିକୁ ସବୁବେଳେ ସତେଜ ରଖିବା ପାଇଁ ଫ୍ୟାନ୍ସମାନେ ଏକ ଅଭିନବ ଉପାୟ ଆରମ୍ଭ କରିଛନ୍ତି । ଏହି ଅଭିନୟ ଉପାୟକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ଫ୍ୟାନ୍ସମାନେ ତିଆରି କରିଛନ୍ତି କୃତ୍ରିମ ସୁଶାନ୍ତ ଅର୍ଥାତ ଏଆଇ ସୁଶାନ୍ତ । ଏଇ ଏଆଇ ଦେଖିବାକୁ ପୁରା ସୁଶାନ୍ତ ସିଂ ରାଜପୁତ ପରି । ସେଇ ମୁହଁ, ସେଇ ଷ୍ଟାଇଲ, ସମାନ ହସ । ସୁଶାନ୍ତ ସିଂଙ୍କର ଏହି ଚଳନ୍ତି ପ୍ରତିମାକୁ ସୋଶିଆଲ ମିଡିଆରେ ସେୟାର କରାଯାଇଛି ଯାହାକୁ ଦେଖି ଫ୍ୟାନ୍ସମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

ସୁଶାନ୍ତଙ୍କ ପରି ଦିଶୁଥିବା ଏହି ଏଇ ଏଆଇର ଫଟୋ ଓ ଭିଡିଓ  ଇନଷ୍ଟାଗ୍ରାମରେ ସେୟାର କରାଯାଇଛି । ଡୋନିମ ଅୟାନ ନାମରେ କେହି ଜଣେ  ବ୍ୟକ୍ତିଏହି ଭିଡିଓ ଇନଷ୍ଟାରେ ସେୟାର କରିଛନ୍ତି  ।  ଫ୍ୟାନ୍ସମାନେ ତ ପ୍ରଥମେ ଦେଖି ଚମକି ପଡିଥିଲେ ।   ହେଲେ ଦୀର୍ଘଦିନ ପରେ ସୁଶାନ୍ତଙ୍କୁ ଦେଖି ଭାବବିହ୍ୱଳ ହୋଇପଡିଥିଲେ । ୟୁଜର୍ସମାନେ ଏହା ଉପରେ ମିଶ୍ରିତ ପ୍ରତିକ୍ରିୟା ରଖିଛନ୍ତି  ।

Comments are closed, but trackbacks and pingbacks are open.