ଦୁଇ ଓଡିଆ ସହିଦ ପାଇବେ ମରଣୋତ୍ତର ଶୌର୍ଯ୍ୟ ଚକ୍ର ସମ୍ମାନ

0 111

ସମଗ୍ର ଦେଶ ଆଜି ୭୫ତମ ସ୍ଵାଧୀନତା ଦିବସ ପାଳନ କରୁଛି I ଏହା ପୂର୍ବରୁ ଦେଶର ବୀର ଯବାନଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନିତ କରାଯିବ। ଏହି କ୍ରମରେ ଓଡିଶାର ୨ ଯବାନଙ୍କୁ ମରଣୋତ୍ତର ଶୌର୍ଯ୍ୟ ଚକ୍ର ସମ୍ମାନ ମିଳିଛି। ସହିଦ ୨ ଏସଓଜି ଯବାନଙ୍କୁ ମିଳିବ ଶୌର୍ଯ୍ୟ ଚକ୍ର ସମ୍ମାନ। କମାଣ୍ଡର ସୁଧୀର ଟୁଡୁ ଓ ଦେବାଶିଷଙ୍କୁ ସାହସିକତା ଓ ବୀରତ୍ଵ ପାଇଁ ଏହି ସ୍ଵତନ୍ତ୍ର ସମ୍ମାନ ମିଳିବ।

ମାଓବାଦୀଙ୍କ ସହ ଗୁଳି ବିନିମୟରେ ଓଡିଶାର ଏହି ଦୁଇ ବୀର ଯବାନ ୨୦୨୦ ସେପ୍ଟେମ୍ବର ୯ରେ ସହିଦ ହୋଇଥିଲେ। କଳାହାଣ୍ଡି ଜିଲ୍ଲା ସିକ୍ରି ଗାଁ ନିକଟ ଜଙ୍ଗଲରେ ଗୁଳି ବିନିମୟ ହୋଇଥିଲା। ଏହି ଘଟଣାରେ ସୁଧୀର ଓ ଦେବାଶିଷ ବୀରତ୍ଵର ସହ ମାଓବାଦୀଙ୍କ ସହ ମୁକାବିଲା କରି ସହିଦ ହୋଇଥିଲେ।
ଦେଶ ମାତୃକା ର ସେବା ପାଇଁ ଉଭୟ ଯବାନ ଙ୍କ ସର୍ବୋଚ୍ଚ ବଳିଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ।

ଏହା ଓଡିଶା ପାଇଁ ଗର୍ବର ବିଷୟ ବୋଲି ପୋଲିସ ମହାନିର୍ଦ୍ଦେଶକ ଅଭୟ କହିଛନ୍ତି। ଦୁଇ ଓଡିଆ ସହିଦ ଶୌର୍ଯ୍ୟ ଚକ୍ର ପାଇବା ଆମ ପାଇଁ ଗର୍ବର ବିଷୟ। ସେମାନଙ୍କ ତ୍ୟାଗ ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଇବ।

Leave A Reply

Your email address will not be published.