୫.୫୪ ଲକ୍ଷ ଟଙ୍କା ଜବତ କଲା ଭିଜିଲାନ୍ସ ଟିମ୍

205

ଭୁବନେଶ୍ୱର: ଟିଡିସିସିଏଲର ପୂର୍ବତନ ଜିଏମ୍ ରୋହିତ କୁମାର ପରିଡ଼ାଙ୍କ ଠାରୁ ନଗଦ ୫.୫୪ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍। ସୂଚନା ଅନୁସାରେ, ଓଡ଼ିଶା ଭିଜିଲାନ୍ସର ଏକ ଦଳ ୩୧ ତାରିଖ ଦିନ ଆର୍ ଉଦୟଗିରି ଟିଡିସିସିଏଲ(ଆଦିବାସୀ ବିକାଶ ସମବାୟ ନିଗମ ଲିମିଟେଡ)ର ପୂର୍ବତନ ଜିଏମ୍ ରୋହିତ କୁମାର ପରିଡ଼ା ଭୁବନେଶ୍ୱର ଅଭିମୁଖେ ଯାଉଥିବାବେଳେ ଯାତ୍ରା କରୁଥିବା ବସକୁ ଚନ୍ଦ୍ରଗିରିରେ ଅଟକାଇଥିଲା ଭିଜିଲାନ୍ସ ।

ଆର୍‌. ଉଦୟଗିରି TDCCOL(Tribal Development Cooperative Corporation)ର ପୂର୍ବତନ ଜିଏମ୍‌ ରୋହିତ ପରିଡ଼ା ରବିବାର ବସ୍‌ରେ ଭୁବନେଶ୍ୱର ଆସୁଥିବା ବେଳେ ଚନ୍ଦ୍ରଗିରି ନିକଟରେ ଭିଜିଲାନ୍ସ ତାଙ୍କୁ ଧରିଛି । ତାଙ୍କ ପାଖରୁ ୫ ଲକ୍ଷ ୫୪ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ । ଏତେ ଟଙ୍କା ସେ କେଉଁଠୁ ଆଣିଲେ ? କୁଆଡେ ନେଇ ଯାଉଥିଲେ ? ସେ ନେଇ ଭିଜିଲାନ୍ସ ତାଙ୍କୁ ଜେରା କରୁଛି ଏଥସହିତ  ରୋହିତଙ୍କ ଭୁବନେଶ୍ୱର, ପୁରୀ, କେନ୍ଦୁଝର ଘରେ ରେଡ୍‌ କରୁଛି ଭିଜିଲାନ୍ସ  ।

ସୂଚନାଥାଉ କି, ଅବସର ପରେ ଏବେ ଠିକା ଆଧାରରେ  କାର୍ଯ୍ୟରତ ଅଛନ୍ତି ରୋହିତ । ସେ ଏହି ଟଙ୍କା କେଉଁଠୁ ଆଣିଲେ ତାହାର ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ ।

Comments are closed, but trackbacks and pingbacks are open.