ଉଲଟା ଚଷମା’କୁ ଫେରିବେ ଦିଶା

25

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଧାରାବାହିକ ‘ତାରକ ମେହେତା କା ଓଲଟା ଚଷମା’କୁ ଇତିମଧ୍ୟରେ ୧୫ ବର୍ଷ ପୂରିଛି । ସବ ଟିଭିରେ ପ୍ରସାରିତ ହେଉଥିବା ଏହି ଧାରାବାହିକର ସମସ୍ତ କଳାକାର ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହିତ ଧାରାବାହିକର ପ୍ରଯୋଜକ ଅସିତ ମୋଦୀ ସମସ୍ତ କଳାକାରଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ପୁରା ଟିମ୍‌ର କଠିନ ପରିଶ୍ରମ ଯୋଗୁ ଆଜି ତାରକ ମେହେତା କା ଉଲଟା ଚଷମା ଘରେ ଘରେ ପରିଚିତ ହୋଇପାରିଛି । ୧୫ ବର୍ଷ ପୂରଣ କରିବାରେ ସକ୍ଷମ ମଧ୍ୟ ହୋଇଛି । ସେଥିଲାଗି ଧାରାବାହିକର ପୁରା ଟିମକୁ ସେ ଧନ୍ୟବାଦ ଦେଇଛନ୍ତି ।

ଏହି ଅବସରରେ ପ୍ରଯୋଜକ ଅସିତ ମୋଦୀ ଏକ ଖୁସି ଖବର ମଧ୍ୟ ଘୋଷଣା କରିଥିଲେ । ଏହି ଧାରାବାହିକର ମୁଖ୍ୟ ଚରିତ୍ର ଦିୟା ଭାବି ଅର୍ଥାତ୍ ଦିଶା ଭାକାନୀ ପୁଣି ଥରେ ଫେରୁଛନ୍ତି । ଦର୍ଶକଙ୍କୁ ହସାଇ ହସାଇ ବେଦମ କରୁଥିବା ଦିଶା ଶୋକୁ ପୁଣି ଥରେ ଫେରୁଥବା ଖବର ଶୁଣିବା ପରେ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

ଏବେ ପ୍ରଶଂସକମାନେ ତାଙ୍କ ଫେରିବାକୁ ଅପେକ୍ଷା କରିଛନ୍ତି । ନିକଟରେ ସୋ ଛାଡିବା ପରେ ପ୍ରଥମ ଥର ପାଇଁ ଦିଶାଙ୍କ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ସେ ତାଙ୍କ ବ୍ଲଗରେ ପ୍ରଶଂସକଙ୍କୁ ଭେଟିଥିବାର ନଜର ଆସିଥିଲେ । ଏବେ ଦିଶା ତାଙ୍କ ପିଲାଙ୍କ ସହିତ ପୂରା ସମୟ ବିତାଉଛନ୍ତି । ସେ ମାଆ ହେବା ପରେଏହି ଧାରାବାହିକରୁ ବିଦାୟ ନେଇଥିଲେ ।

Comments are closed, but trackbacks and pingbacks are open.