ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଘୋଷଣା: ଫେବ୍ରୁଆରି ୨୦ରୁ ମାର୍ଚ୍ଚ ୪ ଯାଏ ମାଟ୍ରିକ୍ ପରୀକ୍ଷା

158

କଟକ: ଘୋଷଣା  ହେଲା ମାଟ୍ରିକ୍ ପରୀକ୍ଷାର ତାରିଖ। ଏହା ୨୦୨୪  ଫେବ୍ରୁଆରି ୨୦ରୁ ଆରମ୍ଭ ହେବ। ମାର୍ଚ୍ଚ ୪ ତାରିଖ ଚାଲିବ ପରୀକ୍ଷା। ମାଟ୍ରିକ ସହ ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ହେବ। ଏନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଏକ ସାମ୍ବାଦିକ ସମ୍ମିଳନୀରେ ‌ଘୋଷଣା କରିଛନ୍ତି।ଆସନ୍ତା ଅକ୍ଟୋବର ମାସରେ ଫର୍ମପୂରଣ ହେବ। ସେହିପରି ମାର୍ଚ୍ଚ ୧୨ରୁ ମାଟ୍ରିକ୍ ଖାତାଦେଖା ଆରମ୍ଭ ହେବ। ତେବେ ପରୀକ୍ଷା ସଂପର୍କରେ ବିସ୍ତୃତ ବିବରଣୀ ପରେ ପ୍ରକାଶ କରାଯିବ ବୋଲି ସୂଚନା ମିଳିଛି।

Comments are closed, but trackbacks and pingbacks are open.